ଅନୁଗୋଳ : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଗୋଳ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣଙ୍କ ପୌରହିତ୍ୟରେ ଊଦଘାଟିତ ହୋଇଥିଲା । ଏହି ଊଦଘାଟନି ଊତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ ଓ ସମ୍ମାନୀତ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଦିପ କୁମାର ପ୍ରଧାନ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଭିତାଞ୍ଜଳୀ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟ ରଞନ ପ୍ରଧାନ, କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀ, ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ଦେବୀ ଧରିତ୍ରୀ କର, ପ୍ରକଳ୍ପ ପରିଚାଳକ ଶ୍ରୀ ଅକ୍ଷୟ କୁମାର ନାଏକ, ଜିବିକା ମିଶନ ସଂଯୋଜକ ମାନସି ତ୍ରିପାଠି, ସାଗରିକା ପ୍ରଧାନ, ସଞ୍ଜିବ କୁମାର ପ୍ରଧାନ, ସୌଦାମିନୀ ବେହେରା, କୋଷାଧକ୍ଷ ଶ୍ରୀ ଜଗନ୍ନାଥ ସାହୁ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ୯ଟି ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୫ଟି ସହରାଞ୍ଚଳ ସ୍ବୟଂ ସହାୟକ ଗୋଷ୍ଠୀର ୪୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ପାରମ୍ପରିକ ପୋଡ ପିଠା,ଏଣ୍ଡୁରି ପିଠା, ମାଣ୍ଡିଆ କାକରା, ଚାଉଳ ବରା, ଦହିବରା, ଖୁର ଗଇଁଠା, ଚାଟ, ମାଣ୍ଡିଆ ଦହିବରା, ସୁଆଁ ଛେନାପୋଡ, ମଣ୍ଡା ଓ ମାଣ୍ଡିଆରେ ପ୍ରସ୍ତୁତ ସ୍ବତନ୍ତ୍ର ପିଠା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ସେଥିମଧ୍ୟରୁ ବଣିଆବାହଳ ନାରୀ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ଓ ବଡକନ୍ତକୁଳ ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବିତୀୟ ସ୍ଥାନ ଅଧିକାର କରି ୪ ହଜାର ଟଙ୍କା ପୁରସ୍କୃତ ହୋଇଥିଲେ ।

