• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା।

Bymamatanews

Jun 10, 2025
Spread the love

ଢେଙ୍କାନାଳ : ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ,ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ରେ ଧାନ ଚାଷ ଓ ଅନ୍ୟ ଚାଷ ଆଦି ର ଉପଯୁକ୍ତ ବିହନ ଯୋଗାଣ, ସଚେତନତା କାର୍ଯ୍ୟକ୍ରମ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜିଲ୍ଲା ରେ ହାଇବ୍ରିଡ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ଅଦିନିଆ ବର୍ଷା ରେ ନଷ୍ଟ ହୋଇଥିବା ଫସଲ ପାଇଁ ଚାଷୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ବାବଦ ରେ ଆଲୋଚନା କରିଥିଲେ। ଦୁଗ୍ଧ ଉତ୍ପାଦନ, ଗୋପାଳନ, ମତ୍ସ୍ୟ ଚାଷ ଉପରେ ଆଲୋକପାତ କରିଥିଲେ।ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନ ଯୋଜନାରେ ହିତାଧିକାରୀଙ୍କ କାର୍ଡ ବଣ୍ଟନ କ୍ଷେତ୍ର ରେ ଜିଲ୍ଲା ର ସଫଳତା ଉପରେ ଆଲୋଚନା କରିଥିଲେ। ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବା ସହ ଏହାର ହିତାଧୀକାରୀ ଚୟନ ନିମନ୍ତେ ସଠିକ୍ ଉପାୟରେ ଭେରିଫିକେଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରି ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଜିଲ୍ଲାର ସ୍କୁଲ୍ କୁ ଅନ୍ତର୍ଭୁକ୍ତ କରାଯାଇ ଗୁଣାତ୍ମକ ଶିକ୍ଷା ସହ ମଡେଲ ସ୍କୁଲରେ ପରିଣତ କରାଯିବା ନେଇ ଆଲୋଚନା ହୋଇଥିଲା। ଏହା ସହିତ ପିଏମ ଜନମନ ଓ ଧରତୀ ଆବା ଯୋଜନା ଓ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ର କାର୍ଯ୍ୟକାରିତା ସଂପର୍କ ରେ ପରାମର୍ଶ ଦେଇଥିଲେ।ବୈଠକରେ ପି.ଏମ ଶ୍ରୀ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP), ଗ୍ରାମାଞ୍ଚଳ ବିଦ୍ୟୁତକରଣ, କ୍ରୀଡା ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ଡିଜିଟାଲ ସଶକ୍ତିକରଣ ସମ୍ପର୍କରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନୂତନ ରାସନ୍ କାର୍ଡ ବଣ୍ଟନ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମାନ୍ୟବର ଉପଦେଶ ଦେଇଥିଲେ। ଟି ପି ସି ଓ ଡି ଏଲ କୁ ମଧ୍ୟ ବିଭିନ୍ନ ଦିଗ ଉପରେ ଉପଦେଶ ଦିଆଯାଇଥିଲା ।ଏହାସହିତ ଜିଲ୍ଲାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଓ ଏହା ଦ୍ୱାରା କିଭଳି ନିଯୁକ୍ତି ସୃଷ୍ଟି କରାଯାଇପାରିବ ସେ ବିଷୟରେ ମାନ୍ୟବର ମନ୍ତ୍ରୀ ଆଲୋଚନା କରିଥିଲେ l
ସମୀକ୍ଷା ବୈଠକ ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେବା ସହ ପ୍ରାକ ସୂଚନା ପ୍ରଦାନ କରିଥିଲେ ଓ ଏହାପରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀ ଶତ୍ରୁଘନ ଜେନା, ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ମାନ୍ୟବର ବିଧାୟିକା ହିନ୍ଦୋଳ ଶ୍ରୀ ସୀମାରାଣୀ ନାୟକ, ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାର ର ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ଶ୍ରୀ କୋଦଣ୍ଡ ଧର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର, ବନଖଣ୍ଡ ଅଧିକରୀ ଶ୍ରୀ ସୁମିତ କର, ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀଗଣ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *