ମା ମୃତ୍ୟୁ, ବାପା ଗଲା ହାଜତକୁ , ସାତ ପୁଅଝିଅ ହେଲେ ଅନାଥ।
ସାମାନ୍ୟ ଘରୋଇ ଝଗଡ଼ାରୁ ସ୍ତ୍ରୀ କୁ ଠେଙ୍ଗାରେ ପିଟି ମାରିଦେଇ ଜେଲ୍ ଗଲା ସ୍ବାମୀ, ସାତ ଜଣ ଝିଅପୁଅ ଅନାଥ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଘଟିଛି ଏହି ଅଘଟଣ। ସୂଚନା ଅନୁଯାୟୀ ବଡ଼ବିଲ ଗାଡ଼ାହାଟ୍ଟିଂ ଠାରେ ବାସ କରୁଥିବା ଟୁକୁଲୁ ମୁଣ୍ଡା ଓ ଜାନକୀ ମୁଣ୍ଡା ଏବଂ ତାଙ୍କ ପାଞ୍ଚ ଝିଅ ଓ ଦୁଇ ପୁଅକୁ ନେଇ ସେମାନଙ୍କ ତେଲ ଲୁଣର ସଂସାର, ଯାହାକି ଉଭୟ ଦମ୍ପତି ଦିନ ମଜୁରିଆ ଭାବେ କାମ କରି ଚଳନ୍ତି କିନ୍ତୁ ଉଭୟ ଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ଟୁକୁଲୁ ଜାନକୀ କୁ ଏକ ଠେଙ୍ଗାରେ ଠେଙ୍ଗାରେ ବାରମ୍ବାର ପିଟିବାରୁ ତାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଉଭୟ ଦମ୍ପତି ଙ୍କ ଝାଗଡାରେ ବଳିପଡ଼ିଲେ ସାତଜଣ ନିରୀହ ନିସ୍ପାପ ଜୀବନ। ଖବର ପାଇ ବଡ଼ବିଲ ଥାନାଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଜାନକୀ ର ମୃତଦେହକୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଟୁକୁଲୁ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
