• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆକ୍ସେସଟୁଜସ୍ଟିଷ” ଦ୍ଵାରା ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Jun 12, 2025
Spread the love

CMO Odisha BJP Odisha District Administration, Angul

“ ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ” ଅବସରରେ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳି, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜସ୍ଟିଷ” ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଜୁହାର ପୁର, ଟାକୁଆ,ସେରେଣ୍ଡା କରୋଡାବାହାଲି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |

ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମି, ଆଶା କର୍ମୀ, ସରପଞ୍ଚ, ୱାର୍ଡ ମେମ୍ବର, କିଶୋର ବାଳକ/ବାଳିକା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସି ମାନଙ୍କ ଉପସ୍ଥିତରେ ଜିଲ୍ଳାରେ ଶିଶୁ ମାନଙ୍କୁ ନିଜର ଅଧିକାରରୁ ବଞ୍ଚିତ କରି ବିଭିନ୍ନ ଶ୍ରମରେ ନିୟୋଜନ, ଶିଶୁମାନଙ୍କୁ ଶ୍ରମ ସକାଶେ ଚାଲାଣ, ତଥା ଜୀବନ ପ୍ରତି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନ ତଥା ଏହାର ଭାୟାବହତା ଉପରେ ବିଶେଷ ଆଲୋଚନା କରଯାଇଥିଲା | ଶ୍ରମିକ ନିରାକରଣ ନିରାକରଣ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନି ଅନୁଯାୟୀ ବିଶେଷ ଦଣ୍ଡବିଧାନ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରିଥିଲେ | ଏହିସବୁ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀବେହେରା ,ସୁନୀତା ସାହୁ ,ଦିପି ଦେହୁରୀ , ପପି ଦେହୁରୀ ସଭା ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *