• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସ୍ତରୀୟ ବିକାଶମେଳା ଉଦଯାପିତ

Bymamatanews

Jun 19, 2025
Spread the love
  • ଜିଲ୍ଲାର ବିକାଶ ଆହୁରି ଆଗକୁ ଯିବ : ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ଜିଲ୍ଲା ଶିଳ୍ପ ସମୃଦ୍ଧ ହେବ : ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଢେଙ୍କାନାଳ : ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲା ସ୍ତରୀୟ ବିକାଶ ମେଳର ଉଦଯାପନ ସମାରୋହ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିକାଶ ଆହୁରି ଆଗକୁ ଯିବ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଢେଙ୍କାନାଳରେ ଗତ ଏକ ବର୍ଷ ମଧ୍ୟରେ ନିରବଚ୍ଛିନ୍ନ ବିକାଶର ଧାରା ଚାଲୁ ରହିଛି। ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ନୂତନ ମେଡିକାଲ କଲେଜ ହେବା ନେଇ ଘୋଷଣା କରିଛନ୍ତି। ଏହାସହ ମହିମା ଗାଦିର ବିକାଶ ପାଇଁ ୧୭୧କୋଟି ଟଙ୍କାର ବ୍ୟୟ ବରାଦ ରାଜ୍ୟ ସରକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ଗରିବ କଲ୍ୟାଣ ଯୋଜନା ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ୧୫ ହଜାର ୧୪୪ ଜଣଙ୍କୁ ନୂତନ ରାସନ କାର୍ଡ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ଢେଙ୍କାନାଳ ଜିଲ୍ଲା ଧାନ ସଂଗ୍ରହ କ୍ଷେତ୍ରରେ ନୂତନ ରେକର୍ଡ କରିଛି। ଜିଲ୍ଲାରେ ଏହି ବର୍ଷ ୧୭ଲକ୍ଷ ୨୫ହଜାର ୧୯୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ସେଥି ମଧ୍ୟରୁ ୧୧ ଲକ୍ଷ ୭୩ ହଜାର କୁଇଣ୍ଟାଲ ଚାଉଳ ଉତ୍ପାଦନ କରି ଢେଙ୍କାନାଳ ଜିଲ୍ଲା ବଳକା ଜିଲ୍ଲା ଭାବେ ପରିଚୟ ସୃଷ୍ଟି କରିଛି।
କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଅତିଥି ତଥା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲା ଆଗାମୀ ଦିନରେ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ହେବ। ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପାଇଁ ୫୦ ହଜାର କୋଟିଟଙ୍କାର ନିବେଶ ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୩୦ହଜାର କୋଟି କେବଳ ସୌର ଶକ୍ତି ଶିଳ୍ପ ଅଟେ। ଯାହାକି ଆଗାମୀ ଦିନରେ ଜିଲ୍ଲାକୁ ଏକ ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଭାବେ ପରିଚୟ ଦେବ। ଏହା ସହିତ ଜିଲ୍ଲାର କ୍ରୀଡା ଭିତ୍ତିଭୂମି ର ବିକାଶ ପାଇଁ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ଆଞ୍ଚଳିକ କ୍ରୀଡା କେନ୍ଦ୍ର ବନମାଳିପ୍ରସାଦ ଠାରେ ପ୍ରତିଷ୍ଠା କରାଯିବ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଏହାସହିତ ସେ କହିଥିଲେ ଏହି ବିକାଶ ମେଳା ଓ ଗାଁ ଗାଁ ରେ ଯେଉଁ ବିକାଶ ବାହାନ ବୁଲୁଛି ତାର ପ୍ରମୁଖ ଉଦ୍ୟେଶ ହେଉଛି, ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ପହଁଞ୍ଚାଇବା ଓ ଏଦିଗରେ ଜନସାଧାରଣ ମାନଙ୍କୁ ସଚେତନ କରାଇବା।


ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନାରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୯ ହଜାର ୩୯୬ଜଣଙ୍କୁ ଓ ଦିତ୍ୱୀୟ ପର୍ଯ୍ୟାୟରେ ୩ଲକ୍ଷ ୪ ହଜାର ୧୫୫ ଜଣଙ୍କୁ ଦିତ୍ୱୀୟ ପର୍ଯ୍ୟାୟରେ ୫ହଜାର ଲେଖାଏଁ ଅର୍ଥରାଶି ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଏହି ବର୍ଷ ଜିଲ୍ଲାରେ ୧୭ ଲକ୍ଷ ୨୫ହଜାର ୧୯୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଯାହାକି ଏକ ରେକର୍ଡ ଅଟେ। ଯାହାକି ଜିଲ୍ଲାକୁ ଚାଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ଜିଲ୍ଲା ଭାବେ ପରିଚୟ ଦେଇଛି। ଏହା ସହ ଚାଷୀ ମାନଙ୍କୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନପୁଟ ସବସିଡ ବାବଦକୁ ୮୦୦ ଟଙ୍କା ମୋଟ ୩୧୦୦ଟଙ୍କା ପ୍ରଦାନ କରାଯାଇଛି। ଏହାସହିତ ଜିଲ୍ଲାରେ ୧୫ ହଜାର ୧୪୪ ଜଣଙ୍କୁ ନୂତନ ରାସନ କାର୍ଡ ଦେବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ( ପିଭିଟିଜି ) ମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତିରେ ଉନ୍ନତି ପାଇଁ ୭ ଟି ବ୍ଲକର ୧୧୨ଟି ଗ୍ରାମର ୨୯୧୩ ପରିବାରର ୧୦୯୩୧ ଜଣ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାମାକ୍ଷାନଗର ଠାରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ର ଶୁଭାରମ୍ଭ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଶୁଭ ଉଦଘାଟନ ହେଇଯାଇଛି। ଏହା ସହିତ ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୨୦୨୫-ଆର୍ଥିକ ବର୍ଷ ପାଇଁ ୪ ଗୋଟି ବିଦ୍ୟାଳୟ ଓ ୨୫-୨୬ ଆର୍ଥିକ ବର୍ଷ ପାଇଁ ୬୨ ଗୋଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଏଯାବତ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ଓ ୬ ହଜାରରୁ ଅଧିକ ଵୟୋବନ୍ଦନ କାର୍ଡ ବଣ୍ଟନ କରାଯାଇଛି।
ଏହି ଉଦଯାପନୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ନିଜ ବକ୍ତବ୍ୟରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଏକ ବିକାଶ ପତ୍ରିକା ” ବିକାଶ ଫର୍ଦ୍ଦ ” ଉନ୍ମୋଚିତ ହେଇଥିଲା ଓ ପାରମ୍ପରିକ ଖାଦ୍ୟ ଉତ୍ସବରେ ଅଗ୍ରୀଣ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସାହାୟକ ଗୋଷ୍ଠୀର ମା’ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀ ଶତ୍ରୁଘନ ଜେନା, ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ମାନ୍ୟବର ବିଧାୟିକା ହିନ୍ଦୋଳ ଶ୍ରୀମତୀ ସୀମାରାଣୀ ନାୟକ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାର ଅଧିକାରୀଗଣ, ମା ଭଉଣୀ ମାନେ, ବୁଦ୍ଧିଜୀବୀ, ସାଧାରଣ ଜନତା ଓ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ଅବନୀ ମିଶ୍ର କରିଥିଲେ।

Leave a Reply

Your email address will not be published. Required fields are marked *