• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବ୍ଲାକ ମେଲିଂ କରି ଥାନାରେ ପ୍ରେମିକ

Bymamatanews

Jul 4, 2025
Spread the love

ଅନୁଗୋଳ : ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଏବଂ ପରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଫଟୋକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବାକୁ ଧମକ ଚମକ ଦେଇ ମୋଟା ଅଙ୍କ ର ଅର୍ଥ ଦାବି କରୁଥିଲା ପ୍ରେମିକ । ଏ ଘଟଣା ରେ ସମ୍ପୃକ୍ତ ଯୁବତୀ ଅତିଷ୍ଠ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ପୋଲିସ ଗୁରୁତ୍ତର ଭାବେ ନେଇ ଫେରାର ଅଭିଯୁକ୍ତକୁ ହୀରାକୁଦ ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି। ନାଲକୋ ଥାନାରେ ଅଟକ ରଖି ପଚାର ଉଚୁରା କରୁଛି। ପୁଲିସ ସୂଚନା ମୁତାବକ ତାଳଚେର ଥାନା ଅଞ୍ଚଳରେ ରହୁଥିବା ପରଜଙ୍ଗ ଥାନା ଅଞ୍ଚଳର ନିବାସୀ ୧୯ବର୍ଷୀୟ ଯୁବକ ଅଭିଯୋଗକାରୀ ଯୁବତୀଙ୍କୁ ପ୍ରେମ କରୁଥିଲେ। ବ୍ଲାକ ମେଲିଂ ପାଇଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଫଟୋ ଉତ୍ତୋଳନ କରି ନେଇଥିଲେ ପ୍ରେମିକ। କିଛିଦିନ ପରେ ଦୁହିଁଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଯୁବତୀ ଜଣକ ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ ଡିପ୍ଲୋମା ଆପ୍ରେଣ୍ଟିସ ଡ୍ୟୁଟି କରୁଥିଲେ।

ଯୁବତୀ ରହୁଥିବା ନାଲକୋ ଥାନା ନିକଟସ୍ଥ ଗ୍ରାମ ଭଡା ଘରକୁ ଆସି ଯୁବକ ମାଡ଼ପିଟ କରିଥିଲା। ତାଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ସମ୍ପର୍କ ନରଖିଲେ ଅନ୍ତରଙ୍ଗ ମୁହୂର୍ତ୍ତର ନ୍ୟୁଡ଼ ଭିଡ଼ିଓ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବାକୁ ଧମକ ଦେବା ସହିତ ୫୦ହଜ଼ାର ଟଙ୍କା ଦାବି କରିଥିଲା।ଯୁବତୀ ଏଥିରେ ଅତିଷ୍ଠ ହୋଇ ନାଲକୋ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ପୁଲିସ ହୀରାକୁଦ ଅଞ୍ଚଳରୁ କାବୁ କରି ମାମଲାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *