• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଧର୍ମଘଟ ରୁ ଓହରିଯିବା ପାଇଁ ଶ୍ରମିକଙ୍କୁ ଡାକରା ଦେଲେ ସାଂସଦ ରୁଦ୍ର ନାରାୟଣ ପାଣି

Bymamatanews

Jul 6, 2025
Spread the love

(ମୋଦି ସରକାର ଶ୍ରମିକ ମାନଙ୍କର ସମସ୍ୟା ପ୍ରତି ଯତ୍ନଶୀଳ,)


ଅନୁଗୁଳ : କେନ୍ଦ୍ରରେ ମୋଦି ସରକାର ଗରିବ, କୃଷକ, ମହିଳା, ଯୁବକ ଓ ଶ୍ରମିକ ମାନଙ୍କ ପାଇଁ ସମର୍ପିତ। କେନ୍ଦ୍ର ରେ ମୋଦି ସରକାର ଆସିଲା ପରେ ଦୀର୍ଘ ୧୧ ବର୍ଷ ଧରି ବିଶେଷ କରି ଶ୍ରମିକ ମାନଙ୍କର ଉର୍ନ୍ନତି ପାଇଁ ସବୁକ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି ବୋଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି। ଆସନ୍ତା ଜୁଲାଇ ୯ ତାରିଖ ରେ ସର୍ବଭାରତୀୟ ସ୍ତରରେ କିଛି ନ୍ୟସ୍ତ ସ୍ୱାର୍ଥ ଶ୍ରମିକ ସଂଗଠନ ଧର୍ମଘଟ କରିବେ ଯାହାକି ଶ୍ରମିକ ଙ୍କ ହିତରେ ନୁହେଁ କେବଳ ରାଜନୈତିକ ଉଦେଶ୍ୟ ପ୍ରୋଣୋଦିତ ବୋଲି ସାଂସଦ କହିଛନ୍ତି। ପ୍ରକାଶ ଥାଉକି ଆଗାମୀ ଜୁଲାଇ ୯ ତାରିଖ ରେ କିଛି ଶ୍ରମିକ ସଂଗଠନ ବିଭିନ୍ନ ଦାବୀ ନେଇ ଧର୍ମଘଟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ନେଇ ଢେଙ୍କାନାଳ ସାଂସଦ ତଥା ପାର୍ଲିଆମେଣ୍ଟ ଶ୍ରମ ଓ ନିଯୁକ୍ତି ସମ୍ବୋଧିୟ କମିଟି ର ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ପାଣି ନିଜର ପ୍ରତିକ୍ରିୟା ରେ ଶ୍ରମିକ ମାନଙ୍କ ର କଲ୍ୟାଣ ପାଇଁ ମୋଦି ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି, ଯେଉଁ ସବୁ ସମସ୍ୟା ନେଇ କିଛି ଶ୍ରମିକ ସଂଗଠନ ଧର୍ମଘଟ ଡାକରା ଦେଇଛନ୍ତି ସେଥି ମଧ୍ୟରୁ ବହୁ ସମସ୍ୟା ତାଙ୍କର ପୂରଣ ହୋଇ ସାରିଛି, ଏବଂ ଅନ୍ୟ ଯେଉଁ ସବୁ ଦାବୀ ରହିଛି ସେଥି ପ୍ରତି ମୋଦି ସରକାର ଯତ୍ନଶୀଳ ଅଛନ୍ତି, ଆଗାମୀ ଦିନରେ ସେହି ସମସ୍ୟା ସମାଧାନ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସାଂସଦ କହିଛନ୍ତି। ଧର୍ମଘଟ ର କୌଣସି ଆବଶ୍ୟକତା ନାହିଁ, କେବଳ ରାଜନୈତିକ ଉଦେଶ୍ୟ ରଖି ଶ୍ରମିକ ମାନଙ୍କୁ ଭ୍ରମିତ କରି ଧର୍ମଘଟ ଡାକରା ଦିଆଯାଉଛି ବୋଲି ସେ କହିଥିଲେ। ଶ୍ରମିକ ମାନେ ସଠିକ ଭାବେ ବିସ୍ଲେସଣ କରିବା ସହ ଧର୍ମଘଟ ଡାକରା ରୁ ଦୁରେଇ ରହି ବା ପାଇଁ ଢେଙ୍କାନାଳ ସାଂସଦ ନିବେଦନ କରିଛନ୍ତି। ଶ୍ରମ ସମ୍ୱନ୍ଧୀୟ ପାର୍ଲିଆମେଣ୍ଟ କମିଟି ବୈଠକ ରେ ଏ ସବୁ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇଛି ବହୁ ସମସ୍ୟା ର ସମାଧାନ କରାଯାଇଛି। ପୁନଶ୍ଚ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଶ୍ରମିକ ଧର୍ମଘଟ କୁ ସମର୍ଥନ କରିବା ଏହା ସମ୍ପୂର୍ଣ ଭାବେ ରାଜନୈତିକ ଉଦେଶ୍ୟ ପ୍ରୋଣୋଦିତ ବୋଲି ସ୍ପଷ୍ଟ ବାରି ହେଉଛି ବୋଲି ସାଂସଦ ଶ୍ରୀ ପାଣି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଜଣାଇବା ସହ ଶ୍ରମିକ ମାନେ ଉକ୍ତ ଧର୍ମଘଟ ରୁ ଦୁରେଇ ରହିବା ପାଇଁ ସେ ନିବେଦନ କରିଛନ୍ତି |

Leave a Reply

Your email address will not be published. Required fields are marked *