ଜୀବନର ଶେଷ ସାଥୀ ଆମ୍ବୁଲାନ୍ସ ଚାଳକ ଦୁର୍ଘଟଣା ଘଟାଇ ଫେରାର୍ ଉଦ୍ୟମ କୁ ଅଞ୍ଚଳବାସୀଙ୍କ ନିନ୍ଦା
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ। ବୁଧବାର ରାତିରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ତାଳଚେର ଟାଉନ୍ କୁମ୍ଭାର ସାହିର ଦୁଇ ଜଣ ବ୍ୟକ୍ତି ବଅଁରପାଳ ଗୋତମରା ଗ୍ରାମରୁ ସ୍କୁଟିରେ ତାଳଚେର ଯାଉଥିବା ବେଳେ ଏହି ଆମ୍ବୁଲାନ୍ସ ଗାଡି ସହିତ ଦୁର୍ଘଟଣା ହୋଇଥିଲା। ଘଟଣା ସ୍ଥଳରେ ଗୋବିନ୍ଦ ମହାପାତ୍ରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ଗୋବିନ୍ଦ ମହାପାତ୍ରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ରାଜେଶ୍ ବେହେରା ଙ୍କୁ ବଅଁରପାଳ ସି ଏଚ ସି ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ପହଞ୍ଚି ତଦନ୍ତ କରିବା ବେଳେ ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ଖବର ପାଇଥିଲା। ତେଣୁ ବଅଁରପାଳ ପୋଲିସ ତୁରନ୍ତ ଘଟଣା ସ୍ଥଳରୁ ବାହାରି ଉକ୍ତ ଆମ୍ବୁଲାନ୍ସ ଖୋଜିଥିଲେ। ବଅଁରପାଳ ଥାନା ଠାରୁ ପ୍ରାୟ ୩୦ କିଲୋମିଟର ଦୂର ହିନ୍ଦୋଳ ରୋଡରୁ ଆମ୍ବୁଲାନ୍ସ ସହିତ ଚାଳକକୁ ବିଳମ୍ବିତ ରାତିରେ ଧରିଥିଲା।ଆମ୍ବୁଲାନ୍ସ ଚାଳକଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ବଳରାମପ୍ରସାଦ ବୋଲି ସୂଚନା ମିଳିଛି। ଏଠି ପ୍ରଶ୍ନ ଉଠିଛି ଜିବନ ରକ୍ଷା କରୁଥିବା ଗାଡିଟି କିପରି ଦୁର୍ଘଟଣା ଘଟାଇ ଦୁଇ ଜଣଙ୍କ ଜୀବନ ନେଇ ସେଠାରୁ ଫେରାର ହୋଇ ଯାଉଥିଲା। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଠାରେ ଦୁର୍ଘଟଣା ଘଟୁଛି ସେଠାରେ ଉପସ୍ଥିତ ଥିବା ଯାନବାହାନ ମାଲିକ ହେଉ ଅବା ଚାଳକ ମାନବିକତା ଦେଖାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଉଛନ୍ତି କିନ୍ତୁ ଜୀବନର ଶେଷ ସମୟରେ ଜୀବନ ରକ୍ଷା କରୁଥିବା ଆମ୍ବୁଲାନ୍ସ ଚାଳକ କିପରି ଦୁର୍ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଚାଳକଙ୍କ ଏହିପରି ମାନସିକତା କୁ ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି।
