• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Bymamatanews

Jul 13, 2025
Spread the love

୫୧ ୟୁନିଟ ରକ୍ତ ସଂଗୃହିତ



ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ସମ୍ମାନିତ ଅତିଥି ଭାବେ ଅନୁଗୋଳ ପୌରପାଳିକା ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ |

ଓଡିଶା ଉଦୟ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ମୃତିଲିପି ମିଶ୍ର , ସାଧାରଣ ସମ୍ପାଦକ ମାନସ ରଞ୍ଜନ ମିଶ୍ର, ଯୁଗ୍ମ ସମ୍ପାଦିକା ଅର୍ଚନା ପଟ୍ଟନାୟକ ,ଅନୁଷ୍ଠାନ ର ଉପଦେଷ୍ଟା ପ୍ରଫୁଲ୍ଲ ମିଶ୍ର, ଆଇନ ପରାମର୍ଶଦାତା ରବି ପଟ୍ଟନାୟକ, ସଦସ୍ୟ ପରେଶ ସାହୁ, ସଦସ୍ୟ ଶୁଭ୍ରଜିତ ସ୍ୱାଇଁ ପ୍ରମୁଖ ଦ୍ଵାରା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇଥିବାରୁ ଓଡିଶା ଉଦୟ ଫାଉଣ୍ଡେସନ କୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପୁରୁଷଙ୍କ ଭଳି ମହିଳାମାନେ ଦିନକୁ ଦିନ ଏକ୍ଷେତ୍ରରେ ଆଗକୁ ଆସୁଥିବାରୁ ସମାଜରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ଯୁବପିଢ଼ି ରକ୍ତଦାନ ଭଳି ମହତଦାନ କରିବାକୁ ଆଗେଇ ଆସିବା ଦରକାର । ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ।ସମାଜସେବୀ ସିଦ୍ଧାର୍ଥ ପ୍ରଧାନ, ସମାଜସେବୀ କ୍ଷୀରୋଦ ସାହୁ,ଜିତେନ୍ଦ୍ର ସାହୁ, ପର୍ଶୁରାମ ଦାସ, ଶକ୍ତି ପଟ୍ଟନାୟକ, ମହେନ୍ଦ୍ର ବସ୍ତିଆ,ପ୍ରତାପ ମହାପାତ୍ର,ସାମ୍ବାଦିକ ଲିଟୁନ ସାହୁ, ADCCI ର ସଭାପତି ଦୀପକ ବର୍ମା ଓ ସମ୍ପାଦକ ଅଶୋକ ମୋଦି , ମହେଶ ଭୋମରାଜ,ସ୍ୱସ୍ତିକ ସାହୁ,ସମାଜସେବୀ ସନ୍ତୋଷ ବେହେରା, ବାବୁ ଗୋଛାୟତ ପ୍ରମୁଖ ସାମିଲ ହୋଇ ସହଯୋଗ କରଥିଲେ |ଏହି ଶିବିରରେ ସ୍ବେଛାସେବୀ ଙ୍କ ସହ ସାମ୍ବାଦିକ, ଆଇନଜୀବୀ ସାମିଲ ହୋଇଥିଲେ || ଏହି ଶିବିରରେ 51 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା |

Leave a Reply

Your email address will not be published. Required fields are marked *