• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆକ୍‌କ୍ସେସ ଟୁ ଜଷ୍ଟିସ ପକ୍ଷରୁ ବାଲ୍ୟବିବାହ ଓ ଶିଶୁ ନିର୍ଯ୍ୟାତନା ନେଇ ସଚେତନତା

Bymamatanews

Jul 17, 2025
Spread the love

ଅନୁଗୋଳ ଜିଲ୍ଲା ବିଶ୍ୱ ଯୁବ କେନ୍ଦ୍ର,ବଣୀନନାଳୀ, ଅନୁଗୋଳ ଦ୍ବାରା ପରିଚାଳିତ କାର୍ଯ୍ୟ କ୍ରମ ‘ଆକ୍‌କ୍ସେସ ଟୁ ଜଷ୍ଟିସ ‘ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଉଳିଗଡ ଗ୍ରାମ ପଞ୍ଚାୟତ ର ସିମିଳଲିଛୁଇ ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗନୱାଡ଼ି , ଆଶା,ପ୍ରେସିଡେଣ୍ଟ, ସିଆରପି, ଗ୍ରାମବାସୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହ, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ ସଙ୍କୁଳ କାର୍ଯ୍ୟ ରେ ନିୟ ଜିତ ନକରିବା ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳି ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ‌ବଧାନରେ ପ୍ରକଳ୍ପ ସ‌ହଯୋଗୀ ଲକ୍ଷ୍ମୀ ବେହେରା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *