• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରକ୍ ବାଇକ ଦୁର୍ଘଟଣାରେ ଦୁଇ ବାଇକ ଆରୋହି ଗୁରୁତ୍ତର

Bymamatanews

Jul 21, 2025
Spread the love

ଟ୍ରକ୍ ଚାଳକଙ୍କ ବେପରୁଆ ଢ଼ଙ୍ଗରେ ଦ୍ରୁତ ଗତିରେ ଗାଡି ଚାଳନା କୁ ଦୋଷ ଦେଲେ ଅଞ୍ଚଳବାସୀ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଦୁଇଜଣ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହୀ ଛକ 520ନମ୍ବର୍ ରାଜପଥ ନିକଟରେ OD 09 BC 2197 ନମ୍ବର୍ ବିଶିଷ୍ଟ ଏକ ଟ୍ରକ୍ OR 09A 9924 ନମ୍ବର୍ ବିଶିଷ୍ଟ ଏକ ମୋଟର ସାଇକେଲ କୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା। ଏହି ଦୁର୍ଘଟଣା ରେ ମୋଟର ସାଇକେଲ ରେ ଥିବା ଦୁଇଜଣ ଯୁବକ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ନେଇ ସୂଚନା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ଗାଡି ଚାଳକକୁ ପୋଲିସ୍ ଅଟକ ରଖିଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *