• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦିଲ୍ଲୀ ପବ୍ଲିକ ସ୍କୁଲ ପରିସର ରେ କାର୍ଗିଲ ବିଜୟ ଦିବସ

Bymamatanews

Jul 26, 2025
Spread the love

ମୁଖ୍ୟ ଅତିଥି ଭାବରେ ନାଲକୋ ସିଆଇଏସଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ

ୟୁବା ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଓ ମେରା ୟୁବା ଭାରତ ଅନୁଗୁଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ସ୍କୁଲ ପରିସର ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନାଲକୋ ସି ଆଇ ଏସ ଏଫ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ଶ୍ରୀ ସିଦ୍ଧାନ୍ତ ଗୋସ୍ଵାମୀ ସମ୍ମାନୀୟ ଅତିଥି ଭାବେ ଓ ନାଲକୋନଗର ଦିଲ୍ଲୀ ପବ୍ଲିକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ମାଧବ ଚନ୍ଦ୍ର ବେହେରା, ଲାଇଟ୍ ହାଉସ ର ସଂଯୋଜକ ଶ୍ରୀ ହିମୁଦ୍ୟୁତ ବେହେରା, ଉତ୍କର୍ଷ ପରିବାର ର ସଭାପତି ଶ୍ରୀ ଭୀଷ୍ମ ସାହୁ, ରୀମିଟ କଲେଜ ର ଅନୁପ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଦେଶ ପାଇଁ ଶହୀଦ ହୋଇଥିବା

ଯବାନ ମାନଙ୍କ ପ୍ରାଣ ଦାନ ଓ ଓ ତାର ମହତ୍ଵ ଉପରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସହିତ ଦେଶ ଲାଗି କିଛି କରିବା ଲାଗି ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଏକ ବକୃତା ପ୍ରତିଯୋଗୀତା ମଧ୍ୟ ଆୟୋଜିତ କରାଯାଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କ ପାଇଁ ମାନପତ୍ର ସହିତ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ “ମା ପାଇଁ ଗଚ୍ଛ ଟିଏ” ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।ଶେଷରେ ମେରା ୟୁବା ଭାରତ, ଅନୁଗୁଳ ଜିଲ୍ଲା ତରଫରୁ ଶ୍ରୀ ତପନ କୁମାର ସାମଲ ସମସ୍ତ ମେମ୍ବର ମାନକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *