
୧୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ତିନି ଅଭିଯୁକ୍ତ ଗିରଫ
ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ଟାଉନ୍ ପୋଲିସ ଓ ଜିଲ୍ଲା ସ୍ପେଶାଲ ସ୍କାଡ ମିଳିତ ଭାବେ ଅମଲାପଡା ମୁସଲମାନ ସାହି ଛକ ପାଖରେ ଥିବା ନୂତନ ନିର୍ମିତ କ୍ଲବ ଘର ପାଖରେ ଥିବା ଅର୍ଦ୍ଧ ନିର୍ମିତ ଷ୍ଟୋର ରୁମ ଉପରେ ଚଢାଉ କରି ସେଖ ଅନିଶ, ସେଖ ସକୀଳ ଓ କୁରେଷା ବିବି ନାମକ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ବ୍ରାଉନ ସୁଗାର ବିକ୍ରି କରିଵା ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ କାବୁ କରି ସେମାନଙ୍କ ଠାରୁ ୧୮ ଗ୍ରାମ ୧ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହା ସହ ନଗଦ ଟ୧୯,୨୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଜବତ କରା ଯାଇଛି । ତିନି ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
