କେନ୍ଦୁଝର ଜିଲ୍ଲା ବାମେବ।ରି ଥାନା ଅନ୍ତର୍ଗତ ସିଲଯୋଡା ଖଣି ନିକଟରେ ଏକ ହାଇୱ। ଗାଡ଼ି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସିବାରୁ ଚାଳକ ର ମୃତ୍ୟୁ ଘଟିଥିବା ନେଇ ସୂଚନା।ମୃତ ଚାଳକ ହେଲେ ସିଲଯୋଡ଼ା ଅଞ୍ଚଳର ଶ୍ୟାମ ସୁନ୍ଦର ସିଙ୍କୁ।ସିଲଯୋଡା ଖଣିର ହାଇୱ। ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ।ହାଇୱ। ଗାଡ଼ିର ବ୍ରେକ ସମ୍ବନ୍ଧୀୟ ତ୍ରୁଟି ଯୋଗୁଁ କାଳୀମାଟି ରାସ୍ତା ରେ ବ୍ରେକ ଫେଲ ହୋଇ ଯିବାରୁ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ହାଇୱ। ଗାଡ଼ିଟି ଖସି ପଡ଼ିଥିବା ନେଇ ସୂଚନା।ଫଳରେ ଘଟଣାସ୍ଥଳ ରେ ହିଁ ଡ୍ରାଇଭର ଶ୍ୟାମ ସୁନ୍ଦର ଙ୍କ ମୃତ୍ୟୁ ଘଟି ଥିବା ସୂଚନା। ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଞ୍ଚିବା ସହିତ ଅଗ୍ନିଶମ ବାହିନୀ ସହାୟତାରେ ମୃତ ଦେହ ଓ ଗାଡ଼ି ଉଦ୍ଧାର କରିଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
