ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ପଞ୍ଚାୟତ କୁକୁଡାଙ୍ଗ ହାଇସ୍କୁଲ ପଡିଆ ଠାରେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସଚେତନତା ଏବଂ ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ସରୋଜ ଦେବତା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀଣି ନିରିକା ରାୟେ , ଉପ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ , ଅମିୟ ରଞ୍ଜନ ସାହୁ , ଉପ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, କୁକୁଡ଼ାଙ୍ଗ ସରପଞ୍ଚ ପାରିଜାତ ସେଠୀ, କୁରୁଡୋଲ ସରପଞ୍ଚ ଦିବାକର ମହାଳିକ ଓ କୁକୁଡ଼ାଙ୍ଗ ପଞ୍ଚାୟତ ପୂର୍ବତନ ସରପଂଚ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅମିୟ କୁମାର ତ୍ରିପାଠୀ ଉପସ୍ଥିତ ରହିଥିଲେ । ଏହି ସଚେତନତା ଶିବିରରେ ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ବୁଝାଇବା ସହ କିପରି ସେମାନେ ଏଥିରେ ସାମିଲ ହୋଇ ଯୋଜନା ଗୁଡ଼ିକର ଲାଭ ପାଇ ପାରିବେ ସେ ଦିଗରେ ଲୋକଙ୍କୁ କୁହାଯାଇଥିଲା । ନାଚ , ଗୀତ ମାଧ୍ୟମରେ ଲୋକ ମାନଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ଏହି ଅବସରରେ କିଛି ନୂତନ ପଞ୍ଜୀକୃତ ଅଣସଂଗଠିତ ଶ୍ରମିକ ଏବଂ ତୃତୀୟ ଲିଙ୍ଗି ମାନଙ୍କୁ ଶ୍ରମ କାର୍ଡ ବଣ୍ଟନ କରା ଯାଇଥିଲା ।
