ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ,ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶିକ୍ଷକପଡାର ଅଞ୍ଚଳର ସରିତା ନାୟକ ବଅଁରପାଳ ଥାନା ଅଞ୍ଚଳରେ ଡାକ୍ତର ନାଏକଙ୍କ ପୁଅ ଆଲୋକ ନାଏକଙ୍କ ସହିତ ୨୦୧୫ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ।ବାହାଘରର ୧୦ ବର୍ଷ ବେଶ ଭଲରେ କଟିଥିଲା। ଅନୁଗୋଳରେ ଘର ଭଡ଼ା ନେଇ ରହିବା ଭିତରେ ପଡୋଶୀ ଜଣେ ମହିଳାଙ୍କ ସହ ଆଲୋକଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏହା ମଧ୍ୟରେ ପରିବାର ଭିତରେ ବିଭିନ୍ନ ସମସ୍ୟା ସ୍ରୁଷ୍ଟି ହୋଇଥିଲା ତେବେ ଏହାର ସମାଧାନ ପାଇଁ ଆଲୋକ ଉକ୍ତ ମହିଳାଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ। କିଛିଦିନ ପରେ ଉକ୍ତ ସମାଧାନକୁ ନ ମାନି ଆଲୋକ ପୁନର୍ବାର ସେହି ମହିଳାଙ୍କ ସହ ସମ୍ପର୍କ ଜାରି ରଖି ନିଜର ପ୍ରଥମ ସ୍ତ୍ରୀକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିଲେ ।ଆଲୋକଙ୍କର ପ୍ରଥମ ପତ୍ନୀ ଏହାର ଘୋର ବିରୋଧ କରିବାରୁ ତାଙ୍କ ପତ୍ନୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାରପିଟ କରିଥିଲେ।ଆଲୋକ ନିଜ ପ୍ରଥମ ପତ୍ନୀ କୁ ଖାଇବାକୁ ନ ଦେବାରୁ ସେ ଆଜକୁ ପ୍ରାୟ ଦୁଇ ମାସ ହେବ ନିଜ ବାପଘରେ ରହୁଛନ୍ତି। ଆଲୋକର ପତ୍ନୀ ନ୍ୟାୟ ପାଇଁ ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଗ୍ରହଣ କରି ବଅଁରପାଳ ଥାନା କେସ ନଂ – ୪୧୨/୨୫ ରୁଜୁକରି ଥାନା ଅଧିକାରୀଣୀ ଅର୍ଚ୍ଚନା ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
