• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦେଢ ଲକ୍ଷ ଟଙ୍କାର ଉର୍ଦ୍ଧ ମୂଲ୍ୟର ମାଦକ ଦ୍ରବ୍ଯ ଜବତ

Bymamatanews

Sep 10, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅପରେସନ ପ୍ରହାର ଅନୁଯାୟୀ ମଙ୍ଗଳବାର ଦିନ ପାଞ୍ଚଗଡ଼ ଅଞ୍ଚଳର ବିଭିନ୍ନ ପାନ ଓ ତେଜରାତି ହୋଲସେଲରେ ଚଢ଼ଉ କରାଯାଇଥିଲା।

ପାଞ୍ଚଗଡ଼ ଅଞ୍ଚଳର ଟେଲକୋ ଛକ, ନୂଆହତା ଛକ, ନୂଆହତା ପାଟଣା ଛକ, ବଅଁରପାଳ ଟାଡା ବଜାର, ହାଟ ଛକ, ମେଡିକାଲ ଛକ ଅଞ୍ଚଳ ରେ ଥ‌ିବା ପାନ ଦୋକାନ, ତେଜରାତି ଦୋକାନରୁ ବିପୁଳ ଗୁଟଖା, ଖଇନି ତମାଖୁ, ବିଡି ଓ ସିଗାରେଟ୍ ଜବତ୍ କରାଯାଇଥିଲା। ଏହି ଘଟଣାରେ ଅଞ୍ଚଳରୁ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ସେମାନେ ହେଲେ ମୁନା ସାହୁ , କବୀର୍ ହୁସେନ୍ , ମକରା ସାହୁ , ମାନସ ବିଶୋଇ, କୃଷ୍ଣ ଚନ୍ଦ୍ର ସାହୁ, ବିଶ୍ବଜିତ୍ ବେହେରା, ସୌମ୍ୟ ଖୁଣ୍ଟିଆ, ମଦନ ମୋହନ ବେହେରା, କାଳିଆ ସିଂହ, ବୋଲି ବଅଁରପାଳ ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ବଅଁରପାଳ ଥାନା ଏଏସଆଇ ଜୟକୃଷ୍ଣ ସାୟ ଏଏସଆଇ ହିଆଲ୍ ଧୁବଲଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା। ଏହି ଚଢାଉ ରେ ପ୍ରାୟ ଦେଢ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ମାଦକ ଦ୍ରବ୍ଯ ଜବତ କରାଯାଇଛି। ଏହି ଚଢାଉ ବାରମ୍ବାର ଜାରି ରହିବ ବୋଳି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *