• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ

Bymamatanews

Sep 10, 2025
Spread the love

ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ । ସେ ଏକ ଏନ ଜି ଓ ସଂସ୍ଥାର କୋଡିନେଟର ରଞ୍ଜନ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା । ସୂଚନା ଯେ, କିଶୋରନଗର ବ୍ଲକର ଏକ ଏନ ଜି ଓ ସ୍ଥାନୀୟ ଅଞ୍ଚଳରେ ବିରି , ମୁଗ, ରାଶି ଏବଂ ଔଷଧ ବିତରଣ କରିଛି ।

ଏହି କୃଷି କର୍ମଚାରୀ ସେହି ଅଞ୍ଚଳରେ ଏହି ସବୁ ବିହନ ଓ ଔଷଧ ବିତରଣର ୟୁଟିଲାଇଜେସନ ସାର୍ଟିଫିକେଟ ଏନ ଜି ଓ କୁ ଦେବା କଥା । ଏଥିପାଇଁ ଏନ ଜି ଓ ର କୋଡ଼ିନେଟର ରଞ୍ଜନ ପ୍ରଧାନ କୃଷି କର୍ମଚାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଦେଉ ନଥିଲେ । ଏଥିପାଇଁ ସେ ଟଙ୍କା ଲାଞ୍ଚ ମାଗୁଥିଲେ । ଏଥିପାଇଁ ରଞ୍ଜନ ଭିଜିଲାନ୍ସ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ରଞ୍ଜନ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ବିଶ୍ୱନାଥ ଦାସଙ୍କୁ ଭିଜିଲାନ୍ସ କାବୁ କରିଥିଲା ।

Leave a Reply

Your email address will not be published. Required fields are marked *