ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ବଳାତ୍କାର ଉଦ୍ଦେଶ୍ୟ ନେଇ ଟଣାଓଟରା ହୋଇଥିବା ନେଇ ପୀଡିତା ପରିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ପୀଡିତା ମୁନି (ଛଦ୍ମ ନାମ) ଗ୍ରାମରେ ଗଣେଶ ପୂଜା ଭସାଣି ପାଇଁ ନାଚ ଗୀତ ଚାଲିଥିଲା। ଠିକ୍ ଏହି ସମୟରେ ମୁନି ନାଚ ଦେଖୁଥିବା ବେଳେ ଗ୍ରାମର ରାକେଶ ଗୋଚ୍ଛାୟତ ଓ ବବୁଲ ବେହେରା ନାମକ ଦୁଇ ଯୁବକ ମୁନି କୁ ମନ୍ଦ ଉଦ୍ଦେଶ୍ୟ ନେଇ ପାଟି ବନ୍ଦ କରି ଏକ ସାହି ର ଗଳି ମଧ୍ୟକୁ ଟାଣି ନେବାକୁ ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବସତଃ ପୀଡିତା ଦୃବର୍ତ୍ତମାନଙ୍କ କବଳରୁ ଖସି ପଳାଇ ପରିବାରବର୍ଗଙ୍କୁ ଜଣାଇଥିଲା । ଝିଅ ଠାରୁ ସବୁ କଥା ଶୁଣିବା ପରେ ପୀଡ଼ିତାଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ସବ ଇନ୍ସପେକ୍ଟର କେ ପି ନାୟକ ଘଟଣା ର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ପୋସ୍କୋ ମାମଲାରେ କୋର୍ଟଚାଲାଣ କରିଛନ୍ତି।
