୬୮ ବାଇକର ସାଇଲେନ୍ସର ଖୋଲିବା ସହ ମାଲିକଙ୍କ ଠାରୁ ପୋଲିସ କଲା ଜୋରିମାନା ଆଦାୟ
ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ କୁ ଅଞ୍ଚଳବାସୀଙ୍କ ଭୂରି ଭୂରି ପ୍ରସଂଶା । ପୂର୍ବରୁ ଅନୁଗୁଳ ଜିଲ୍ଲା ର ତାଳଚେର ପୁଲିସ ଉତ୍କଟ ଶବ୍ଦ କରୁଥିବା ମୋଟରସାଇକେଲ ଗୁଡିକୁ ଜବତ କରିବା ସହ ସେମାନଙ୍କ ମୋଡିଫାଏଡ଼ ସାଇଲେନ୍ସର ସବୁ ଖୋଲି ଜୋରିମନା କରିଥିଲା । ପରେ ସେହି ସାଇଲେନ୍ସର ଉପରେ ରୋଲର ଚଲାଇ ଦେଇଥିଲେ । ଅନୁଗୁଳ ଟାଉନ ଥାନାରେ ମଧ୍ୟ ପୋଲିସ ଆଜି ସମାନ ଢଙ୍ଗରେ ସାଇଲେନ୍ସର ଉପରେ ରୋଲର ଚଲାଇଛି । ସୂଚନା ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକ ମାନଙ୍କ ଉପରେ ବେଶ ନଜର ରଖିଛି ପୁଲିସ । ଗତ ୧୫ ଦିନ ମଧ୍ୟରେ ଅନୁଗୁଳ ସହରରେ ଟ୍ରାଫିକ ଚେକିଂ ସମୟରେ ୬୮ ଟି ମୋଟରସାଇକେଲ ପୁଲିସ ଜବତ କରିଥିଲା । ଏଜି ୬୮ ଟି ମୋଟରସାଇକେଲର ସାଇଲେନ୍ସର ମୋଡିଫଏଡ଼ କରାଇଥିଲେ । ଯାହାକି ସାଧାରଣ ଶବ୍ଦ ଠାରୁ ଅଧିକ ଶବ୍ଦ କରାଇ ରାଜପଥ ଓ ଗ୍ରାମାଞ୍ଚଳରେ ରୋମିଓ ଗିରି ଦେଖାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଏହି ସବୁ ଗାଡି ଗୁଡିକୁ ଜବତ କରି ଚାଳକଙ୍କୁ ଜୋରିମନା କରିବା ସହ ସେମାନଙ୍କ ସାଇଲେନ୍ସର ଖୋଲି ଦିଆ ଯାଇଥିଲା । ଆଜି ଏହି ୬୮ ଟି ସାଇଲେନ୍ସର ଉପରେ ରୋଲର ଚଳାଇ ନଷ୍ଟ କରି ଦିଆଯାଇଛି । ଆଉ ଆଗକୁ ମଧ୍ୟ ଏଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଓ ଶବ୍ଦ ପ୍ରଦୂଷଣ କରୁଥିବା ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ଡି ପି ଓ ରମାକାନ୍ତ ମହାଳିକଙ୍କ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
