• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାସ୍ତା କଡ଼ରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା, ଚାଲିଗଲା ଚାଳକର ଜୀବନ

Bymamatanews

Sep 19, 2025
Spread the love

ଏପଟେ ପାଳନ ହେଉଛି ଶୂନ ଦୁର୍ଘଟଣାପକ୍ଷ ,ଅନ୍ୟପଟେ ଦେଖିବାକୁ ମିଳୁଛି ମାଳ ମାଳ ସଡ଼କ ଦୁର୍ଘଟଣା ।

କେନ୍ଦୁଝର ଜିଲ୍ଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା ଶୂନ ଦୁର୍ଘଟଣା ପକ୍ଷ, ଯାହା ଏକ ପ୍ରହସନ ମନେହୁଏ, ଏପଟେ ଥମିବାରେ ନା ଧରୁନି ସଡ଼କ ଦୁର୍ଘଟଣା । ଗତ ୧୩ ତାରିଖ ଦିନ ଖୋଦ୍ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଯାହା ପାଇଁ ୧୩ ବ୍ଲକ ରେ ୧୩ଟି ସଚେତନତା ରଥ ମଧ୍ୟ ବୁଲୁଚି ଏପଟେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ଆଜି ଅର୍ଦ୍ଧ୍ ରାତ୍ରୀରେ ପୁଣି ଏକ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ସେରେଣ୍ଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଅବୈଧ ଭାବେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ହାଇୱା ପଛରେ ଏକ ବୋଲେରୋ ଧକ୍କା ଦେଇଥିଲା, ଦୁର୍ଘଟଣା ଏତେ ଜୋରଦାର ଥିଲା କି ବୋଲେରୋ ଟି ଅଧା ଚୂର୍ମାର ହୋଇଥିବା ଦେଖିବାକୁ ମିଳିଛି ଓ ବୋଲେରୋ ଚାଳକ ର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ନେଇ ସୂଚନା। ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତକ କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ମୃତକ ଜଣକ ହେଲେ ସୁରଜ୍ ଝା ଓ ତାଙ୍କ ବୟସ ପାଖାପାଖି ୩୦ବର୍ଷ ବୋଲି ଅନୁମାନ କରାଯାଏ। ସେ ବଡ଼ବିଲ ରୁ ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ରାସ୍ତା କଡ଼ରେ ଅବୈଧ ପାର୍କିଂ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ମୁକାସାକ୍ଷୀ ସାଜିଥିବା ମନେହୁଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *