
ଏସପି ଙ୍କ ଉପସ୍ଥିତିରେ ଟ୍ରାଫିକ ସମସ୍ୟାର ହେଲା ସମାଧାନ
ଅନୁଗୋଳ : ପଞ୍ଚମ ସନ୍ଧ୍ୟାରେ ରବିବାର ଦିନକୁ ପାଗ ଅନୁକୂଳ ଥିବାରୁ ୫୫ଜାତୀୟ ରାଜପଥ ସନ୍ଧ୍ୟା ଜାମ ସନ୍ଧ୍ୟା ସମୟରୁ ଜାମ ହେବା ଆରମ୍ଭ ହୋଇ ଥିଲା। ସୂଚନା ଅନୁଯାୟୀ ନାଲକୋ ବିଶ୍ଵକର୍ମା ପୂଜା ଅବସର ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଯାହା ଫଳରେ ସନ୍ଧ୍ୟା ୪ଘଟିକା ସମୟ ଠାରୁ ଭିଡ଼ ଆରମ୍ଭ ହୋଇଥିଲା। ଧୀରେ ଧୀରେ ବିଶ୍ଵକର୍ମା ପୂଜା ଅଞ୍ଚଳ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ପାର୍କିଂ ରେ ଗାଡ଼ି ରଖିବା ପାଇଁ ଜାଗା ନଥିଲା।

ଯାହା ଫଳରେ ନାଲକୋ ବିଶ୍ଵକର୍ମା ପୂଜା ଦେଖିବାକୁ ବାଇକ୍ କାର ରେ ଆସୁଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହା ଫଳରେ ୫୫ଜାତୀୟ ରାଜପଥ ଚକା କାମ ହୋଇ ଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ନୟାନ୍ତ ହୋଇଥିଲେ।

ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ରାହୁଲ ଜଏନ କଣ୍ଡସର ରଗୁଡ଼ି ସାହି ଠାରୁ ଜାମ୍ ହୋଇ ଥିବା ଦେଖି ନିଯେ ୨୦୦ମିଟର ଚାଲି ଚାଲି ଆସି ନାଲକୋ ଟାଉନଶିପ ଛକ ନିକଟ ୧ ନମ୍ବର ଫାଟକ ନିକଟକୁ ଆସି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ନାଲକୋ ଟାଉନଶିପ ଠାରୁ ଅନୁଗୋଳ ତାମ୍ରିତ କଲୋନୀକୁ ସଂଯୋଗ କରୁଥିବା କେନାଲ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ଜାମ ହୋଇ ଯାଇଥିଲା। ଯାହା ଫଳରେ ଆସିଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
