• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଥାନା ରେ ଅଭିଯୋଗ

Bymamatanews

Sep 25, 2025
Spread the love

ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କଲା ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ କାର୍ଯ୍ୟରତ ସମାଜ ର ସାମ୍ବାଦିକଙ୍କୁ ଆକ୍ରମଣ କରିଥୁବା କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଲିଖିତ ଅଭିଯୋଗ ଅନୁଯାୟୀ ବଅଁରପାଳ ବ୍ଲକ ‘ସମାଜ’ ସମ୍ବାଦଦାତା ପ୍ରଫୁଲ୍ଲ କୁମାର ସିଂହ ମଙ୍ଗଳବାର ଅପରାହ୍ଣ ୪ଟାରେ ଖବର ସଂଗ୍ରହ କରି ବଅଁରପାଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଆଖଣ୍ଡଳମଣି ଆଇଟିଆଇ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ନିକଟସ୍ଥ ନାଏକ ସାହିର ସୁବ୍ରତ ନାଏକ ହଠାତ ପଛ ପଟରୁ ମୁଣ୍ଡକୁ ଏକ ଠେଙ୍ଗାରେ ପିଟି ଦେଇଥିଲା । ଡେଙ୍ଗା ମାଡରେ ପ୍ରଫୁଲ୍ଲ ତଳେ ପଡ଼ି ଯାଇଥିଲେ। ସେ ତଳେ ପଡିଯିବା ପରେ ଅଭିଯୁକ୍ତ ସୁବ୍ରତ ତାଙ୍କ ହାତ ଓ ପିଠିକୁ ବାଡେଇବା ସହ ପ୍ରଫୁଲ୍ଲଙ୍କ ବାଇକ କୁ ଭାଙ୍ଗି ଦେଇଥିଲା। ଆକ୍ରମଣ ର ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଇ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ନସିଂହୋମରେ ଭର୍ତ୍ତି କରାଯାଇଛି। ଏହିପରି ଅଘଟଣ ସମ୍ପର୍କରେ ପ୍ରଫୁଲ୍ଲଙ୍କ ସାନ ଭାଇ ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିଭିକରି ବଅଁରପାଳ ପୁଲିସ ଅଭିଯୁକ୍ତ ସୁବ୍ରତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତଦିନ ଅଭିଯୁକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥୂବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବଅଁରପାଳ ବ୍ଲକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *