ବଅଁରପାଳ : ଝାରସୁଗୁଡ଼ା ର ବଡ଼ମାଳ ଥାନା ଅଞ୍ଚଳରୁ ଏକ ଟାୟାର୍ ବୋଝେଇ ଟ୍ରକ୍ ଦୁର୍ବୃତ୍ତମାନେ ଲୁଟିନେବା ଅଭିଯୋଗ ହୋଇଥିଲା । ଝାରସୁଗୁଡ଼ା ଏସପି ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଜାଣିବାକୁ ପାଇଥିଲେ କି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏହି ଟାୟାର ଲୁଟ ଘଟଣାରେ ଲିପ୍ତ ଅଛନ୍ତି।

ଏକ ସ୍ପେଶାଲ ଟିମ ଗଠନ କରି ବଅଁରପାଳ ଥାନା ଅଞ୍ଚଳ ରେ ଚଢାଉ ଆରମ୍ଭ ପାଇଁ ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସର ସହାୟତାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରିଛି | ଶୁକ୍ରବାର ପୂର୍ବାହ୍ନରେ ୩୪ଟି ନୂଆ ଟାୟାରଟିୟୁବ୍ ସେଟ , ଗୋଟିଏ ଟ୍ରକ୍, କାର୍ ଓ ଏକ ପିକ୍ଅପ୍ ଜବତ ହୋଇଛି। ଉକ୍ତ ଘଟଣାରେ ସ୍ପେଶାଲ ଟିମ୍ ବଅଁରପାଳ ପୁଲିସ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଅଟକ ଅଭିଯୁକ୍ତମାନେ ବଅଁରପାଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଏଥି ନେଇ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମତାମତ ପାଇଁ ଯୋଗାଯୋଗ କରାଯିବାରୁ ତଦନ୍ତ ପ୍ରକ୍ରିୟା ଜାରି ଥିବାରୁ କୌଣସି ସୂଚନା ଦେଇହେବ ନାହିଁ କହିଛନ୍ତି ।
