କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ହାଇୱା ଧକ୍କା ରେ ମୋଟର ସାଇକେଲ ଆରୋହୀ ମୃତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି-ଯୋଡା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଆରୋହୀ ମୣତ l ମୣତକ କେlଦଗାଡିଆ ଗ୍ରାମର ପବିତ୍ର ମହାନ୍ତ ହୋଇଥିବା ନେଇ ସୂଚନା l ସେ ଆଜି ନିଜ ଦେlକାନ ସାମଗ୍ରୀ ଆଣିବାକୁ ବାସୁଦେବ ପୁର ଯାଇଥିଲେ ସେଠାରୁ ଦେlକାନ ସାମଗ୍ରୀ ନିଜ ବାଇକରେ ଲଦି ଆସିବାକୁ ବାହାରୁ ଥିବା ବେଳେ ଏକ ହାଇଓ୍ବା ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେ ଗୁରୁତର ଆହତ ହେଇଥିଲେ l ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ।ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସେଠାରୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଥିଲା ମାତ୍ର ରାସ୍ତାରେ ତାଙ୍କର ମୣତ୍ୟୁ ଘଟିଥିବା ନେଇ ସୂଚନା l ଅନ୍ୟପଟେ ଖଵର ପାଇ ପେlଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଜବତ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ ଚଳାଇଥିବା ନେଇ ସୂଚନା କର। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପ୍ପା ଉତ୍ତେଜନା ଦେଖାଦେଇଥିଲା, ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
