ଭୂମିହୀନ ଙ୍କୁ ଜାଗା ଦେବାକୁ କହି ନେଲେ ଲେଖା ହେଲେ ୨୪ ଘଣ୍ଟା ପରେ କାନ୍ଥରେ ଲଗିଲା ଉଛେଦ ନୋଟିସ
ଅନୁଗୋଳ ପୌରପାଳିକା ଅଧୀନରେ ଥିବା ବ୍ରାହ୍ମଣୀଦେଇ ପଡ଼ାରେ ଦୀର୍ଘ ପଚାଶ ବର୍ଷ ହେଲା ବସବାସ କରି ଆସୁଥିବା ପାଞ୍ଚ ପରିବାରକୁ ଉଚ୍ଛେଦ ପାଇଁ ପୌରପାଳିକା ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ଘର ଉଚ୍ଛେଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବ୍ରାହ୍ମଣୀଦେଇ ପଡ଼ାର ପାଞ୍ଚ ପରିବାର । ସୂଚନା ଯେ, ବ୍ରାହ୍ମଣୀଦେଇ ପଡ଼ାରେ ପ୍ରାୟ ପଚାଶ ବର୍ଷ ହେବ କୋଡ଼ିଏ ରୁ ଅଧିକ ପରିବାର ରହି ଆସୁଛନ୍ତି । କିଛି ଦିନ ତଳେ ଘର ପାଇଁ ଜାଗା ଦିଆଯିବ କହି ଘରର ମହିଳା ମାନଙ୍କ ଠାରୁ ଦସ୍ତଖତ ନେଇ ଆସିଥିଲେ । ତେବେ ପରବର୍ତ୍ତୀ ସମୟରେ ୫ ପରିବାରଙ୍କ ଘର ଉଚ୍ଛେଦ ପାଇଁ ନୋଟିସ ପଠାଇଥିଲା ପୌରପାଳିକା । ଘର ପାଇଁ ଜାଗା ଦେଇଦେବୁ ମିଛରେ ଆମ ପାଖରୁ ଦସ୍ତଖତ ନେଇଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ କାରିମାନେ ଆର ଡି ସି ଙ୍କ ନିକଟରେ ବି ମଧ୍ୟ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆମକୁ ଉଛେଦ ପୂର୍ବରୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏ ଉଚ୍ଛେଦ ଘଟଣା ବିଷୟରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ପୋଖରି ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପାଞ୍ଚ ପରିବାର ପୋଖରି ହୁଡ଼ା ରେ ରହୁଥିବାରୁ ସେମାନଙ୍କୁ ଉଦ୍ଧାର ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି କହିଥିଲେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ।
