ସକାଳେ ପ୍ରାୟ ୧୦.୪୫ ମିନିଟ୍ ସମୟରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଫଗୁଆପଡା ଠାରେ ଡିଟିଏମ୍ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ର ମୃତ୍ୟୁ ହୋଇଯାଇଥିଲା। ସୁନ୍ଦରଗଡ଼ ଡିଟିଏମ ଅମେରଶ ମହାନ୍ତି ଏହି ସମୟରେ ସରକାରୀ ଗାଡି ଗୁଡ଼ିକୁ ଯାଞ୍ଚ କରୁଥିଲେ। ୧୦ ନମ୍ବର ରାଜ୍ୟ ରାଜପଥ ର ଗୋଟିଏ ପାଖ ରାସ୍ତା ମରାମତି ହୋଇଥୁବାରୁ ଗୋଟିଏ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଉଭୟ ପଟକୁ ଯାଉଥୁଲା। ତେଣୁ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରଲର ଟି ଧକ୍କା ଦେବାରୁ ତାଙ୍କ ର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
