• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ

Bymamatanews

Nov 21, 2025
Spread the love

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଅନୁଗୋଳ ଦ୍ଵାରା ଆଜି ତା ୨୧.୧୧.୨୫ ରିଖ ସ୍ଥାନୀୟ ପି ଟି ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ଜିଲ୍ଲା ସ୍ତରୀୟ “ପରିବେଶ ପାଇଁ ପୋଷଣୀୟ ଜୀବନଶୈଳୀ ” ପ୍ରଦର୍ଶନୀ ର ଆୟୋଜନ କରା ଯାଇଛି। ୮ଟି ବ୍ଲକ ରୁ ମନୋନୀତ ୧୧୨ ଟି ପ୍ରକଳ୍ପ ର ନିର୍ମାତା ଓ ମାର୍ଗଦର୍ଶକ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ର ଉଦ୍ଘାଟନୀ ସମାରୋହ ରେ ମାନନୀୟ ଜିଲ୍ଲାପାଳ ଶ୍ରୀ ଅବବ୍ଦଲ ମହମ୍ମଦ ଅଖତର୍ ମହୋଦୟ ମୁଖ୍ୟ ଅତିଥି ରୁପେଏବଂ CSIR,-IMMT, Bhubaneswar ର ତିନି ଜଣ ଯୁବ ବୈଜ୍ଞାନିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା।ମାନନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ଵତନ୍ତ୍ର ଏବଂ ସମାଜରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡ.ସନ୍ତୋଷ କୁମାର ବେହେରା ଡ. ମାୟାଧର ଦେବତା ଡ .ଅଜିତ ପାଣିଗ୍ରାହୀ ସେମାନଙ୍କ ଅଭିଭାଷଣ ରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି , ପରିବେଶର ସୁରକ୍ଷା ସମ୍ପର୍କରେ ପିଲାମାନଙ୍କୁ ବୁଝାଇ ଥିଲେ ।

ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅତିଥି ବୈଜ୍ଞାନିକ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।ମ।ଧପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ ମାହର ଧନ୍ୟବାଦ ଅର୍ପଣ କରିଥିଲେ।ସଭା ସାଙ୍ଗ ପରେ ଅତିଥି ମାନେ ପ୍ରକଳ୍ପ ପରିଦର୍ଶନ କରି ଥିଲେ। ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ ପାଇଁ ବିଚାରକ ରୂପେ , ଦିପାଂଶୁ ଶେଖର ସାହୁ ,ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଅସିତ୍ କମାରଜେନା ,ଜନତା ମହାବିଦ୍ୟାଳୟ, ର ରସାୟନ ବିଜ୍ଞାନ ଅଧ୍ୟାପକ, ଶ୍ରୀମତୀ ଅଞ୍ଜଳିପ୍ରିୟା ପ୍ରଧାନ, ଅବସରପ୍ରାପ୍ତ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଶ୍ରୀ ଦିବାକର ପ୍ରଧାନ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ, ବଲା ସିଂହ।, ଉଚ୍ଚବିଦ୍ୟାଳୟ ଯୋଗ ଦେଇଥିଲେ। ପି ଟି ସି ନୋଡାଲ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହୋଯୋଗ କରିଥିଲେ ।
ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *