• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଯୁବ ଉତ୍ସବ ଆୟୋଜିତ

Bymamatanews

Nov 28, 2025
Spread the love

ବିକଶିତ ଭାରତ ପାଇଁ ଯୁବଶକ୍ତିକୁ ଆହ୍ବାନ”

ଅନୁଗୋଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଅନୁଗୋଳରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ୨୦୨୫ ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତର , ସମ୍ମାନିତ ଅତିଥି ଭାବରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନୀଳାଚଳ ପଟେଲ ଯୋଗ ଦାନ କରି ଯୁବଶକ୍ତିକୁ ରାଷ୍ଟ୍ର ଶକ୍ତି ବୋଲି ସମ୍ବୋଧିତ କରିଥିଲେ ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ପ୍ରାଧ୍ୟାପିକା ସୁଜ୍ଞାନି ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳର ସହକାରୀ ପ୍ରଫେସର ବନମାଳୀ ବାଗ ମଞ୍ଚ ପରିଚାଳନା କରିଥିଲେ । ଉଦଘାଟନୀ ମହୋତ୍ସବରେ ଜିଲ୍ଲାପାଳ ମହୋଦୟ ଯୋଗଦାନ କରି ଶିକ୍ଷାର୍ଥୀଙ୍କୁ ନିଜ ଯୁବଶକ୍ତିକୁ ଚିହ୍ନିବା ସହିତ ଦେଶ ଗଠନରେ ଅଗ୍ରଣୀ ଭୂମିକା ନେବାକୁ ଉତ୍ସାହିତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଡଃ ପଟେଲ ଶିକ୍ଷାର୍ଥୀ ଙ୍କୁ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ବାନ ରଖିଥିଲେ । ଅପରାହ୍ନରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗଦାନ କରି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଯୁବପିଢିଙ୍କ ମାଧ୍ୟମରେ ସଞ୍ଚାରିତ କରିବା ପାଇଁ ଆହ୍ବାନ ଦେଇଥିଲେ ।

ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ – ଲୋକ ନୃତ୍ୟ, କବିତା ଲିଖନ, ଗଳ୍ପ ଲିଖନ, ବତ୍କୃତା, ଚିତ୍ରକଳା, ଓ ବିଜ୍ଞାନମେଳା ମାଧ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଯୋଗ ଦେଇଥିଲେ । ଲୋକନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ଆଠମଲ୍ଲିକ ବ୍ଲକ ରୁ ରାଧାକାନ୍ତ ମାଝୀ ଓ ତାଙ୍କ ସାଥୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ବେଳେ, କବିତା ଲିଖନ ରେ ସରକାରୀ ସ୍ଵୟଶାସିତ ମହାବିଦ୍ୟାଳୟ ଅନୁଗୋଳର ଅନ୍ୱେଷା ତ୍ରିପାଠୀ, ବକୃତା ପ୍ରତିଯୋଗୀତାରେ ସ୍ମୃତିଶ୍ମିତା ରାଉତ, ଗଳ୍ପ ଲିଖନରେ ଅନୁଗୋଳ ମହିଳା ମହାବିଦ୍ୟାଳୟର ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ, ଚିତ୍ରକଳା ରେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ସୁଦିପ୍ତା ପ୍ରିୟଦର୍ଶିନୀ, ତଥା ବିଜ୍ଞାନ ମେଳାରେ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ପ୍ରିୟଙ୍କା ସାହୁ ରାଜ୍ୟକୁ ମନୋନୀତ ହୋଇଛନ୍ତି । ଅପରାହ୍ନରେ ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *