ଅନୁଗୋଳ( ୦୩.୧୨. ୨୦୨୫) : ଅନୁଗୋଳ ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୩୫ଟି ନୂତନ ମତଦାନ କେନ୍ଦ୍ର ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ନିର୍ବାଚନ ଆୟୋଗ ଅନୁମୋଦ କରିଛନ୍ତି।

ଏହି ପଦକ୍ଷେପ ଦ୍ବାରା ମତଦାନ ସମୟରେ ଲୋକମାନଙ୍କ ଭିଡ କମିବା ସହିତ ଭୋଟ ଦାନ କେନ୍ଦ୍ରର ଦୂରତା ବହୁ ମାତ୍ରାରେ ହ୍ରାସ ପାଇବ । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ପୂର୍ବରୁ ୧୧୬୩ଟି ମତଦାନ କେନ୍ଦ୍ର ରହିଥିଲା । ତେବେ ଏହି ୧୩୫ଟି ନୂତନ କେନ୍ଦ୍ର ବୃଦ୍ଧି ପରେ ଜିଲ୍ଲାରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୧୨୯୮କୁ ବୃଦ୍ଧି ପାଇଛି । ନିର୍ବାଚନ ଆୟୋଗ ୨୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରିବା ସହ ୪ ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରିଛନ୍ତି ।
