
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢାପଙ୍କ ପଞ୍ଚାୟତର ମା’ ଲଙ୍ଗ ବାଉତି ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଗାଁ ଚୌପାଡ଼ି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମା’ଙ୍କ ଦିଅଁଘର ବୁଢାପଙ୍କ ଗ୍ରାମ ରେ ରହିଥିବା ବେଳେ ନାଲକୋ ରେଲୱେ ନିକଟସ୍ଥ ରେ ମା’ଙ୍କ ପୀଢ଼ ରହିଛି। ମା’ଙ୍କ ବାର୍ଷିକ ଉତ୍ସବକୁ ଧୁମ୍ଧାମରେ ପାଳନ କରିବାକୁ ଅନୁଷ୍ଠିତ ହୋଇଥିବା ବୈଠକରେ ଗ୍ରାମବାସୀ ମନ୍ଦିର କମିଟି ସଦସ୍ୟ ଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ପୌଷ ପୁର୍ଣିମା ଲଗ୍ନ ପୁଷ୍ୟା ଭିଷେକ ଶନିବାର ଜାନୁଆରୀ ୩ ତାରିଖ ସକାଳେ ଦିଅଁଘରୁ ଢୋଲ,ମହୁରୀ ବାଜା ସହ ବାହାରି ପିଢ଼ କୁ ଆସି ଜାନୁଆରୀ ୫ ତାରିଖରେ ପୁଣି ଦିଅଁ ଘରକୁ ବିଜେ କରିବେ। ତେବେ ଏହି ୨ ଦିନ ପର୍ଯ୍ୟନ୍ତ ମା’ ପୀଢ଼ରେ ରହି ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ସୂଚନା ରହିଛି। ବୈଠକରେ ବଅଁରପାଳ ମା’ ବାଉତି ଟ୍ରଷ୍ଟି ବୋର୍ଡର ସଭାପତି ବିନୟ କୁମାର ସିଂହ, ଉପ ସଭାପତି ପ୍ରମୋଦ କୁମାର ପ୍ରଧାନ, ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ରଞ୍ଜନ କୁମାର ବିଶୋଇ, ଗ୍ରାମ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି, ସମ୍ପାଦକ ଗୋପ ବନ୍ଧୁ ଭୋଇ, ଉପଦେଷ୍ଟା ସତ୍ୟ ବାଦୀ ପୃଷ୍ଟି, କୋଷାଧକ୍ଷ ବିଜୟ କୁମାର ବିଶୋଇ, କମିଟି ସଦସ୍ୟ ବିକାଶ କୁମାର ସାମଲ, ବିଭୁତି କୁମାର ବେଉରା, ହାଡିବନ୍ଧୁ ବେହେରା, ବିମ୍ବାଧର ପରିଡା, ଅଭିରାମ ସାହୁ, ପ୍ରଦୀପ କୁମାର ମାଝୀ, ସମିତି ସଭ୍ୟ ପାପୁନ ନେହେରା ମୁଖ୍ୟ ପୂଜକ ନାରାୟଣ ବେଉରା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l
