• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜଣା ଗାଡ଼ି ଧକ୍କାରେ ମହିଳା ପଥଚାରୀ ମୃତ।

Bymamatanews

Dec 7, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଜଣା ଗାଡ଼ି ଧକ୍କାରେ ଜଣେ ୭୮ ବର୍ଷର ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ନାତି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଅଁରପାଳ ଗ୍ରାମର ୭୮ ବର୍ଷୀୟ ତୁଆଣି ସାହୁ ଗତ କାଲି ସକାଳ ପ୍ରାୟ ୬ ଟା ସମୟରେ କୌଣସି କାମରେ ଛକକୁ ଆସିଥିଲେ। ସେ ଛକରେ ଥିବା ଦିବ୍ୟଦର୍ଶନ ଶିଶୁ ମନ୍ଦିର ସମ୍ମୁଖରେ ଯାଉଥିବା ବେଳେ ଅନଗୁଳ ପଟୁ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା ଅଭିଯୋଗ ହୋଇଛି ।ଖବର ପାଇ ବଅଁରପାଳ ପୁଲିସ ଗୁରୁତ୍ତର ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।ଗାଡ଼ି ଧକ୍କାରେ ଗୁରୁତ୍ତର ଆହତ ବୃଦ୍ଧା ଜଣକ ଆଜି ସକାଳ ପ୍ରାୟ ଆଠଟା ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ।ମୃତ ବୃଦ୍ଧାଙ୍କ ନାତି ପ୍ରଭାତ କୁମାର ସାହୁ ଆଜି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତିକରି ବଅଁରପାଳ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ନଂ – ୬୫୦/୨୫ ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *