ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ର ଜଣେ ମହିଳା ନିଖୋଜ ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ସ୍ଵାମୀ। ସ୍ଵାମୀ ସୁମନ୍ତ ବିଶ୍ଵାଳଙ୍କ ଅଭିଯୋଗ ମୁତାବକ ସେହି ଗ୍ରାମର ଲିଯା (ଛଦ୍ମ ନାମ) ବିଶ୍ଵାଳ କୁ ପ୍ରାୟ ୭ ବର୍ଷ ହେବ ବୈଦିକ ରୀତିରେ ବିବାହ କରିଥିଲେ। ଦୁହିଁଙ୍କ ୱାରସ ରୁ ୫ ଓ ୩ ବର୍ଷର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ସ୍ତ୍ରୀ ଲିଜା କିଛିଦିନ ହେବ ସ୍ଵାମୀ କୁ ନଜଣାଇ ଘର ଛାଡି ପଳାଇଥିଲେ। ବହୁ ସନ୍ଧାନ ପରେ ପୋଲିସ ସ୍ତ୍ରୀଙ୍କ ସହ ଯୋଗାଯୋଗ କରି ଆନ୍ଧ୍ରପ୍ରଦେଶ ରୁ ଡକାଇ ସ୍ଵାମୀ ଙ୍କୁ ହସ୍ତାନ୍ତର କରିଥିଲେ। ତେବେ ୧୫ ଦିନ ଘରେ ସ୍ତ୍ରୀ ଲିଜା ପିଲା ଛୁଆଙ୍କୁ ନେଇ ସୁରଖୁରରେ ଚଳି ଥିଲେ । ତେବେ ୧୫ ଦିନ ଚଳିବା ପରେ ସ୍ଵାମୀ ଙ୍କୁ ନ ଜଣାଇ ସ୍ତ୍ରୀ ଲିଜା ଘର ଛାଡି ପଳାଇଥିବା ଅଭିଯୋଗ କରିଛନ୍ତି ।
