• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାଣି ଟାଙ୍କି ଉପରକୁ ଚଢ଼ିଗଲା ଷଣ୍ଢ

Bymamatanews

Dec 10, 2025
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତ ସୁନାଭୂଇଁ ସାହିରେ ଗୋଟିଏ ଷଣ୍ଢ ପାଣି ଟାଙ୍କି ଉପରକୁ ଚଢି ଯାଇଥିବା ଦେଖିବାକୁ ମିଳିଛି । ଷଣ୍ଢଟି ପ୍ରାୟ ୮୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଚଢି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ କରିବା ପରେ ଷଣ୍ଢକୁ ସୁରକ୍ଷିତ ଭାବରେ ତଳକୁ ପାଣି ଟାଙ୍କି ପାହାଚରେ ଓହ୍ଲାଇ ଆଣିଥିଲେ। ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ପାଣି ଟାଙ୍କି ଚାରି ପଟେ ପାଚେରୀ ଦିଆ ଯାଇଛି। ପାଣି ଛାଡ଼ିବା ପାଇଁ ଭିତରକୁ ଯିବା ପାଇଁ ଗେଟ୍ ଲାଗିଛି। କିନ୍ତୁ ଗେଟ୍ ଖୋଲା ରହୁଥିବାରୁ ସମସ୍ତେ ମନଇଛା ପସୁଥିବା ଦେଖିବାକୁ ମିଳୁଛି। ସାହି ଭିତରେ ଏହି ପାଣି ଟାଙ୍କି ହୋଇଥିବା ବେଳେ ଛୋଟ ଛୁଆଙ୍କ ପ୍ରତି ମଧ୍ୟ ବିପଦ ରହିଛି ବୋଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *