• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାଲ ବୋଝେଇ ଚଳନ୍ତା ଟାଟା ଏସି ଗାଡ଼ିରେ ଲାଗିଲା ନିଆଁ।

Bymamatanews

Dec 15, 2025
Spread the love

ଚଳନ୍ତା ଗାଡିରୁ ଡେଇଁ ଅଳ୍ପକେ ବର୍ତ୍ତୀ ଗଲେ ଗାଡି ଚାଳକ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ଗଡସନ୍ତ୍ରୀ ପଞ୍ଚାୟତ ସର୍ଟସର୍କିଟ ଯୋଗୁଁ ଚଳନ୍ତା ଟାଟା ଏସି ଗାଡିରେ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିଛି। ସୂଚନା ମୁତାବକ କଦଳୀ ବୋଝେଇ ଟାଟା ଏସି ଗାଡି ସକାଳ ୧୦ ଘଟିକା ସମୟରେ ବଅଁରପାଳ ଅଞ୍ଚଳରୁ ଗଡସନ୍ତ୍ରୀ ଅଭିମୁଖେ ଯାଉଥିବା ବେଳେ ନରେନ୍ଦ୍ରପୁର ଗ୍ରାମ ଅତିକ୍ରମ କରୁଥିବା ବେଳେ ଗାଡିରେ ପୋଡ଼ା ଗନ୍ଧ ଆସିବା ପରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଜୀବନ ବିକଳରେ ଗାଡିରୁ ଚାଳକ ଡେଇଁ ନିଜ ଜୀବନ ବଞ୍ଚାଇ ଦେଇଥିଲେ। କିନ୍ତୁ ଗାଡ଼ିଟି ସମ୍ପୂର୍ଣ୍ଣ ନିଆଁ ଲାଗି ଯାଇଥିବା ବେଳେ ନିଆଁକୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *