• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ବାଉତି ୧୫ତମ ପନ୍ଦରଭରଣୀଆ କ୍ରିକେଟ ଟୁର୍ନାମେଣ୍ଟର ଉଦଯାପିତ

Bymamatanews

Dec 15, 2025
Spread the love

ଗୋତମରା କୁ ୨-୧ ରେ ମାତ ଦେଇ ନୂଆହତା ଚାମ୍ପିୟନ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ପନ୍ଦରଭରଣୀଆ ଗ୍ରାମରେ ଗ୍ରୀନ୍ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ପିଣ୍ଟୁ ଭୁତିଆ, ବଅଁରପାଳ ବ୍ଲକ୍ ମଣ୍ଡଳ ସଭାପତି ସୁବ୍ରତ ସାହୁ, ଭୋଗବେରିଣି ପଞ୍ଚାୟତ ସରପଞ୍ଚ ଚାପ୍ଲିନ ସାହୁ, କମଳାଙ୍ଗ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବେହେରା, ଯୁବ ଶିଳ୍ପପତି ଟୁନା ରଞ୍ଜନ ଧିର, ପ୍ରମୂଖ ଯୋଗଦାନ କରିଥିଲେ। ଟୁର୍ନାମେଣ୍ଟ ୧୬ଟି ଟିମ୍ କୁ ନେଇ ୬ ଡିସେମ୍ବର ରୁ ଆରମ୍ଭ ହୋଇ ୧୪ ତାରିଖ ରେ ଶେଷ ହୋଇଛି।

ଫାଇନାଲ୍ ମ୍ୟାଚଟି ତିନି ଟିକିଆ ବିଶିଷ୍ଟ ହୋଇଥିବା ବେଳେ। ନୂଆହତା ଦଳ ୨-୧ ରେ ବିଜେତା ହୋଇଥିଲା। ଚାମ୍ପିୟନ ଦଳକୁ ମୁଖ୍ୟଅତିଥି ୨୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଦଳକୁ ସମ୍ମାନିତ ଅତିଥି ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ଖେଳ ପରିଚାଳନାରେ ଅନିଲ ସାମଲ, ସଞ୍ଜୟ ସାମଲ ଓ ଭାଷ୍ଯକାର ଭାବେ ଭଏସ ଓଫ ଓଡିଶା କ୍ରିକେଟ ଆସୋସିଏସନ ର ମାନସ କୁମାର ଦାସ, ଅମିତ କୁମାର ବେହେରା ଦାୟିତ୍ଵ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *