• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ହେଲଥ୍ ପ୍ରିମିୟର୍ ଲିଗ୍ ୨୦୨୫ ଉଦଯାପିତ , ଖମାର CHC ବିଜୟି

Bymamatanews

Dec 23, 2025
Spread the love

କୋଶଳା CHC କୁ ପରାସ୍ତ କରି ଖମାର CHC ଚାମ୍ପିୟନ

ଅନୁଗୋଳ କଦମ୍ ପଡିଆ ଠାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇ ଯାଇଛି ସପ୍ତମ ତମ ଅନୁଗୋଳ ହେଲଥ୍ ପ୍ରିମିୟର୍ ଲିଗ୍ (AHPL – 7)୨୦୨୫। ସୂଚନା ଯେ, କଦମ୍ ପଡିଆ ଠାରେ ୭ ଗୋଟି CHC ଏବଂ DHH କୁ ନେଇ ଅନୁଗୋଳ ହେଲଥ୍ ପ୍ରିମିୟର୍ ଲିଗ୍ ଅନୁଷ୍ଠିତ ହୋଇଥିଲା।

ସମସ୍ତଙ୍କୁ ପଛରେ ପକାଇ କୋଶଳ CHC ଏବଂ ଖମାର CHC ଫାଇନାଲ ରେ ପହଁଚି ଥିଲେ। ଅନୁଗୋଳ ହେଲଥ୍ ପ୍ରିମିୟର୍ ଲିଗ୍ ରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗେ ଦେଇ ଥିଲେ। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ଆୟୋଜିତ ଏହି ଅଭିନବ ପ୍ରୟାସ ନିଶ୍ଚୟ ଭାବେ ପ୍ରଶଂସାଯୋଗ୍ୟ।

ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରଦର୍ଶନ ଏବଂ କ୍ରିକେଟ୍ ମାଧ୍ୟମରେ ଉପସ୍ଥାପନ କରିବାରେ ଯେଉଁ ନୂତନତ୍ୱ ଦେଖାଯାଇଛି।ସେଥିରୁ ସଚେତନତା ସୃଷ୍ଟି ସହ ସମୂହ ଭାବନା ଓ ଦଳୀୟ ସମନ୍ୱୟକୁ ମଧ୍ୟ ପ୍ରେରଣା ମିଳିବ। ଅନୁଗୋଳ ଜିଲ୍ଲାର ୮ଟି ବ୍ଲକ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟାଳୟରୁ ଆସିଥିବା ଡାକ୍ତର, ପ୍ୟାରାମେଡିକାଲ କର୍ମଚାରୀ, ପ୍ରତିଷ୍ଠାନ ଶାଖାର କର୍ମଚାରୀ, ଟେକ୍ନିସିଆନ, କାର୍ଯ୍ୟକ୍ରମ ପରିଚାଳନା ବିଭାଗ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। ଏହି ପ୍ରକାରର କ୍ରୀଡା ଓ ସ୍ୱାସ୍ଥ୍ୟ ସଚେତନତାର ସମନ୍ୱୟ ଆଗାମୀ ଦିନରେ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମୋର ପୂର୍ଣ୍ଣ ଆଶା ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ CDMO ଡାକ୍ତର୍ ମଦନ ମୋହନ ପ୍ରଧାନ, ADMO ଡାକ୍ତର୍ ଦିଲ୍ଲୀପ ପଟ୍ଟନାୟକ, ADPHO ଡାକ୍ତର କୃଷ୍ଣା ଚନ୍ଦ୍ର ପାଲ୍, DPM ସୌମ୍ୟାରାଣି ଗଉଡ, ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ଡାକ୍ତର ସତ୍ୟ ପ୍ରିୟା ସମ୍ବିତ୍, ନିରୁପମା ଦାସ, ଅନୁଗୋଳ କ୍ରିକେଟ ଆସୋସିଏସନ ସମ୍ପାଦକ ସାଗର ନାଥ ମିଶ୍ର ଯୋଗ ଦେଇ ଖେଳ କୁ ଉଦଘାଟନ କରିଥିଲେ। ଏହି ଲିଗ ରେ ଖମାର ବିଜୟ ହାସଲ କରି ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟ କୁ ବ୍ରତିନ କୁମାର ପ୍ରଧାନ, ସତ୍ୟରଞ୍ଜନ ଚାନ୍ଦ, ସୁମିତ୍ କୁମାର ବିଶ୍ଵାଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *