• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

Bymamatanews

Dec 24, 2025
Spread the love

ଅନୁଗୋଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଓ ବୌଦ୍ଧିକ ଶିକ୍ଷା ସହ ଯୋଡ଼ିବା – ଧର୍ମେନ୍ଦ୍ର ପ୍ରଧାନ

ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିବ

୨୪ ଡିସେମ୍ବର ୨୦୨୩ରେ ଏହି ହଲ୍‌ର ପରିକଳ୍ପନା କରାଯାଇଥିଲା, ଯାହା ବାସ୍ତବର ରୂପ ନେଇଛି

ବିବେକାନନ୍ଦ ପାର୍କ’ର ଉଦଘାଟନ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ

ଏହି ପ୍ରତିମା ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ସଦାସର୍ବଦା ଉତ୍ସାହିତ କରିବ

ଡିଏମଏଫ ଓ ସିଏସଆର ପାଣ୍ଠି ସହାୟତାରେ ସ୍କୁଲରେ ଅଧ‌ିକ ଅଟଳ ଟିଙ୍କରିଂ ଲ୍ୟାବ୍‌ ସ୍ଥାପନ ହେବ

ମାତୃଭାଷାରେ ଶିକ୍ଷାଦାନ ହିଁ ବିକଶିତ ଭାରତର ମୂଳଦୁଆ, ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ମାତୃଭାଷା ମାଧ୍ଯମରେ ଆତ୍ମବିଶ୍ବାସୀ କରୁଛି

ନବୋଦୟ ବିଦ୍ୟାଳୟ ଗୁଡ଼ିକରେ କୌଣସି ପକ୍ଷପାତିତା ନାହିଁ, ଏଠାରେ ପଢୁଥ‌ିବା ମେଧାବୀ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନରେ ବିଶ୍ବ ଦରବାରରେ ଭାରତର ନେତୃତ୍ବ ନେବେ

ଅନୁଗୋଳ,( ୨୪ ଡିସେମ୍ବର ୨୦୨୫) – ଅନୁଗୋଳ ଜିଲ୍ଲାରେ ସରକାରୀ ସ୍ତରରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ପ୍ରତିଟି ପିଲାଙ୍କୁ ବୈଜ୍ଞାନିକ ଓ ବୌଦ୍ଧିକ ଶିକ୍ଷା ସହ ଯୋଡ଼ିବା ଆମର ସଂକଳ୍ପ । ବୁଧବାର ଅନୁଗୋଳ ଗସ୍ତ ଅବସରରେ ପି.ଏମ୍. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ନବନିର୍ମିତ ବହୁମୁଖୀ ସଭାଗୃହ ଓ ‘ବିବେକାନନ୍ଦ ପାର୍କ’ର ଉଦଘାଟନ କରିବା ଅବସରରେ ରେ ଏହା କହିଛନ୍ତି ଢି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ଠିକ୍ ଦୁଇ ବର୍ଷ ପୂର୍ବେ ୨୪ ଡିସେମ୍ବର ୨୦୨୩ରେ ଏହି ବହୁମୁଖୀ ହଲ୍‌ର ପରିକଳ୍ପନା କରାଯାଇଥିଲା, ଯାହା ଆଜି ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏହି ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିବାରେ ଏକ ମୁଖ୍ୟ ମାଧ୍ଯମ ହେବ । ବିଦ୍ୟାଳୟରେ ପିଲାମାନଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ପ୍ରସ୍ତୁତ କରିବାକୁ ସ୍କିଲ୍ ଲ୍ୟାବ୍‌ ଓ ଅଟଳ ଟିଙ୍କରିଂ ଲ୍ୟାବ୍‌ ସ୍ଥାପିତ ହୋଇଛି । ଆଗାମୀ ଦିନରେ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ଉଦ୍ଦେଶ୍ୟରେ ଡିଏମଏଫ ଓ ସିଏସଆର ପାଣ୍ଠି ସହାୟତାରେ ଅନୁଗୋଳ ଜିଲ୍ଲାରେ ଅଧିକରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍‌ ସ୍ଥାପନ କରାଯିବ ।

ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାତୃଭାଷାରେ ଶିକ୍ଷାଦାନ ହିଁ ବିକଶିତ ଭାରତର ମୂଳଦୁଆ । ମାକାଉଲେଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷା ପଦ୍ଧତି ଭାରତୀୟ ସଂସ୍କୃତିକୁ ଧ୍ବଂସ କରିବାକୁ ଚେଷ୍ଟା କରିଥିବା ବେଳେ ଆଜିର ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ମାତୃଭାଷା ମାଧ୍ଯମରେ ଆତ୍ମବିଶ୍ବାସୀ କରୁଛି । ତାଳଚେର ଓ ଅନୁଗୋଳର ସମୃଦ୍ଧ ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ସ୍ମରଣ କରି ସେ କହିଛନ୍ତି ଯେ, ମାତୃଭାଷା ସଶକ୍ତ ହେଲେ ହିଁ ଆମେ ସବୁ ଭାଷାକୁ ବୁଝିପାରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରେ ସମ୍ବଳର ଅଭାବ ନାହିଁ, କେବଳ ସଠିକ୍ ଯୋଜନାର ଆବଶ୍ୟକ‌ତା ଅଛି। ଅନୁଗୋଳର ବିକାଶର ଚାବିକାଠି ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ । ନବୋଦୟ ବିଦ୍ୟାଳୟ ଗୁଡ଼ିକରେ କୌଣସି ପକ୍ଷପାତିତା ନାହିଁ ଏବଂ ଏଠାରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନରେ ବିଶ୍ବ ଦରବାରରେ ଭାରତର ନେତୃତ୍ବ ନେବେ ।

এ ଅହସରରେ ଶ୍ରୀ ପ୍ରଧାନ ବିବେକାନନ୍ଦ ପାର୍କ ପରିସରରେ ଯୁ ଯୁବଶକ୍ତିର ପ୍ରେରଣାଦାତା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । ସ୍ବାମୀଜୀ କହୁ କହୁଥିଲେ- “ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏଁ ସ୍ଥିର ହୋଇ ବସିରୁହ ନାହିଁ ।” ଏହି ପ୍ରତିମା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ସଦାସର୍ବଦା ଉତ୍ସାହିତ କରିବ ରିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ଲେ । ଏହାବ୍ୟତୀତ ଶ୍ରୀ ପ୍ରଧାନ ବିଦ୍ୟାଳୟ ପରିସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ‘ଏକ ପେଡ୍ ମାଆ କେ ନାମ ଅଭିଯାନରେ ବୃକ୍ଷ ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *