• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାତକୋଶିଆ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ତିଆରି କରିବ – ଧର୍ମେନ୍ଦ୍ର ପ୍ରଧାନ

Bymamatanews

Dec 24, 2025
Spread the love

ସାତକୋଶିଆ ଅଭୟାରଣ୍ୟ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସାତକୋଶିଆ ଅଭୟାରଣ୍ୟ ପରିଦର୍ଶନ ସମୟରେ ପ୍ରକୃତିର ଏକ ଅପୂର୍ବ ଓ ନୈସର୍ଗିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଲା
ସାତକୋଶିଆ ସାରା ଭାରତର ଏକ ଅନନ୍ୟ ଜୈବ ବିବିଧତା ସମ୍ପନ୍ନ ଅଞ୍ଚଳ


• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଘରୋଇ ପର୍ଯ୍ୟଟନ’ର ଯେଉଁ ପରିକଳ୍ପନା କରିଛନ୍ତି, ତାହାକୁ ଆଗକୁ ବଢ଼ାଇବା ପାଇଁ ସାତକୋଶିଆ ଏକ ପ୍ରକୃଷ୍ଟ କ୍ଷେତ୍ର
• ଜଙ୍ଗଲ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ‘ପର୍ଯ୍ୟଟନ ଶିଳ୍ପ’ର ମାନ୍ୟତା ଦେବା ପାଇଁ ଉଦ୍ୟମ କରାଯିବ

ସାତକୋଶିଆ, (୨୪ ଡିସେମ୍ବର ୨୦୨୫) – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ସ୍ଥିତ ବିଶ୍ୱପ୍ରସିଦ୍ଧ ସାତକୋଶିଆ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି । ମହାନଦୀର ନୀଳ ଜଳରାଶି ଏବଂ ସାତକୋଶିଆ ଗଣ୍ଡର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ସାତକୋଶିଆ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାତକୋଶିଆ ଅଭୟାରଣ୍ୟ ପରିଦର୍ଶନ ସମୟରେ ପ୍ରକୃତିର ଏକ ଅପୂର୍ବ ଓ ନୈସର୍ଗିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଲା । ସାତକୋଶିଆ କେବଳ ଓଡ଼ିଶା ନୁହେଁ, ବରଂ ସାରା ଭାରତର ଏକ ଅନନ୍ୟ ଜୈବ ବିବିଧତା ସମ୍ପନ୍ନ ଅଞ୍ଚଳ । ଏଠାକାର ଘଞ୍ଚ ଜଙ୍ଗଲ, ବନ୍ୟପ୍ରାଣୀ, ପାହାଡ଼ ଏବଂ ନଦୀର ସଙ୍ଗମ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାର ପ୍ରଚୁର ସମ୍ଭାବନା ରଖିଛି।

ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଘରୋଇ ପର୍ଯ୍ୟଟନ’ର ଯେଉଁ ପରିକଳ୍ପନା କରିଛନ୍ତି, ତାହାକୁ ଆଗକୁ ବଢ଼ାଇବା ପାଇଁ ସାତକୋଶିଆ ଏକ ପ୍ରକୃଷ୍ଟ କ୍ଷେତ୍ର । ମୋଦୀ ସରକାର ଏହି ଅଞ୍ଚଳର ବିକାଶ ତଥା ଏହି ଆଇକନିକ୍ ଟୁରିଷ୍ଟ ସେଣ୍ଟରକୁ ବିଶ୍ୱମାନର କରିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ପର୍ଯ୍ୟଟନର ବହୁତ ବଡ଼ ଭୂମିକା ରହିଛି । ସାତକୋଶିଆର ବିକାଶ ଏପରି ଭାବେ ହେବା ଦରକାର ଯେପରି ପ୍ରକୃତିର ସୁରକ୍ଷା ସହିତ ସ୍ଥାନୀୟ ଯୁବପିଢ଼ି ଓ ବନବାସୀ ଭାଇଭଉଣୀଙ୍କ ପାଇଁ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହୋଇପାରିବ ।

ଆଗାମୀ ଦିନରେ ଜଙ୍ଗଲ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ‘ପର୍ଯ୍ୟଟନ ଶିଳ୍ପ’ର ମାନ୍ୟତା ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ । ଏହା ଦ୍ୱାରା କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ ଏବଂ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ । ଅନୁଗୋଳ, ଢେଙ୍କାନାଳ, କଟକ ଏବଂ ବୌଦ୍ଧ ଜିଲ୍ଲାର ସୀମାକୁ ସ୍ପର୍ଶ କରୁଥିବା ଏହି ବିଶାଳ ସାତକୋଶିଆ ଗଣ୍ଡର ପ୍ରାକୃତିକ ସୁରକ୍ଷାକୁ ବଜାୟ ରଖିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *