ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ସମିତି ର ଅଷ୍ଟମ ସାଧାରଣ ବୈଠକ ଆଜି ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବିଧାୟକ ଙ୍କ ପ୍ରତିନିଧି ତପନ କୁମାର ଦେବତା, ଅନୁଗୋଳ ବିଧାୟକ ଙ୍କ ପ୍ରତିନିଧି ଛବି ମହୋନ ସାହୁ,ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋଚନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ପ୍ରତି ପଞ୍ଚାୟତ ରେ ଯୋଗାଣ ହେବା ସହିତ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା l ଓଡ଼ିଶା ସରକାର ଙ୍କ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ସମ୍ବଦ୍ଧ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ଯୋଜନା ର ମାର୍ଗଦର୍ଶିକା ଓ ଗ୍ରାମ ପଞ୍ଚାୟତ ୱାରି ବାର୍ଷିକ ଓ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସରକାର ଙ୍କ ଦ୍ୟୁରା ଦିଆଯାଇଥିବା ଆର୍ଥିକ ଲକ୍ଷ୍ୟ ସଂମ୍ବଦ୍ଧ ରେ ସଭା କୁ ଅବଗତ କରି ଏହାର ୨, ୫ ଗୁଣ ଅନୁଦାନ ପାଇଁ ପ୍ରକଳ୍ପ ଅନୁମୋଦନ ପାଇଁ ଅନୁରୋଧ କରିଥିଲେ । ପ୍ରତେକ ଗ୍ରାମ ପଞ୍ଚାୟତ ରୁ ଗ୍ରାମସଭା ମାଧ୍ୟମରେ ଆସିଥିବା ପ୍ରକଳ୍ପ ତାଲିକାରୁ ମାର୍ଗଦର୍ଶିକା ଅନୁସାରେ ଗୃହୀତ ହେଉନଥିବା ପ୍ରକଳ୍ପ କୁ ବାଦ ଦେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ସଭା କୁ ଅନୁରୋଧ କରିଥିଲେ । ଏହି ଯୋଜନା ର ବିଭିନ୍ନ ଦିଗ ସଂମ୍ବଦ୍ଧ ରେ ପଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ, ପଶୁ ସମ୍ପଦ, ମହିଳା ଏବଂ ଶିଶୁ ବିକାଶ, ଶିକ୍ଷା, ଉନ୍ନୟନ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାସ, ଜିପିଡିଓ ସତ୍ୟବ୍ରତ ପ୍ରଧାନ ବିଭିନ୍ନ ପଞ୍ଚାୟତ ର ଉନ୍ନୟନ ମୂଳଜ ସଂପର୍କ ରେ ପାଠ ବିବରଣୀ କରିଥିଲେ ଜିଲ୍ଲା ର ଏବଂ ବ୍ଲକ ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ବେଳେ ଏବଂ ୩୫ ଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟା ସଭ୍ୟ ମାନେ ଉପସ୍ଥିତ ଥିଲେ l
