ଜିଲ୍ଲା ର ପ୍ରଜା ଙ୍କ ଉପରେ ଜିନ୍ଦଲ କମ୍ପାନୀ ର ଦାଦାଗିରି ଆଗରେ ପ୍ରାଶାସନିକ ଅଧିକାରୀ ପାଲଟି ଯାଉଛନ୍ତି ନିରବଦ୍ରଷ୍ଟା
ବିଭିନ୍ନ ସମୟରେ ଆମେ ଦେଖିବାକୁ ପାଇଥାଉ କମ୍ପାନୀ ମାନେ ନିଜର ସ୍ୱାର୍ଥ ପାଇଁ ନିରୀହ ଲୋକଙ୍କୁ ପ୍ରଶାସନିକ କଳ ହେଉ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ହଇରାଣ କରିଥାଆନ୍ତି। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ର ସରଧାପୂର ମୌଜା ଶେଖ ଇବ୍ରାହିମ୍ ଙ୍କ ପ୍ଲଟ ନମ୍ବର ୭୪୮ ଖାତା ନଂ ୪୨୯/୨୩ ଜାଗା ଉପରେ। ୨୦୧୪ ମସିହା ରେ ମୋନେଟ ନାମକ କମ୍ପାନୀ ଆସି ସେହି ଜାଗା ଉପରେ ଟାୱାର ଲାଇନ କାମ ଆରମ୍ଭ କରିଥିଲା ଏଵଂ ଏହାକୁ ନେଇ ଜାଗା ମାଲିକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଯାହାକି ନିୟମ ଅନୁଯାୟୀ ତାହାକୁ ବନ୍ଦ କରିଦିଯାଇଥିଲା। ଏବେ ସେହି ଜାଗା ଉପରେ ପୁଣିଥରେ ବେଆଇନ ଭବେ ଜିନ୍ଦଳ କଂପାନୀ ର କର୍ମଚାରୀ ଆସି ଟାୱାର ଲାଇନ କାମ ଆରମ୍ଭ କରୁଛନ୍ତି। ଆଇନ ର ଅନୁମୋଦନ ରୁଟରେ ନନେଇ ଜିନ୍ଦଲ ଯେଉଁଥିରେ ଲାଭବାନ ହେବ ସେହି ରୁଟ ରେ ନେବାପାଇଁ ଅଡି ବସିଛନ୍ତି ଜିନ୍ଦଲ କର୍ତ୍ତ୍ଵପକ୍ଷ। ଜିନ୍ଦଲ କତୃପକ୍ଷ ବିଷ୍ଣୁପ୍ରସାଦ ସିଂ ପ୍ରଶାସନିକକୁ ଚାପ ପକାଇ ଯୋର ଜବରଦସ୍ତ ମିଛ ସତ କହି ଟାୱାର ନିର୍ମାଣ କରିବାପାଇଁ ଚାହୁଁଛନ୍ତି।ଯେଉଁ ରାସ୍ତା ଦେଇ ଟାୱାର ଲାଇନ ଯିବାକଥା ସେ ବାଟରେ ନ ନେଇ କଂପାନୀ ର ଲାଭ ପାଇଁ ସଟକଟ ରାସ୍ତା ଉପରେ ନେଇ ଲୋକ ମାନଙ୍କୁ ହଇରାଣ କରୁଥିବାର ଅଭିଯୋଗ ହୋଇଛି। ଗଣମାଧ୍ୟମ କୁ ଆସିବା ଦେଖି ଜିନ୍ଦଲର କର୍ମଚାରୀ ମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ । ଏବେ କଥା ଉଠୁଛି ଜେ ଯଦି କାର୍ଯ୍ୟରେ ନିରାଟ ସ୍ଵଚ୍ଛତା ଥାଏ ଏହିପରି ଭୟ ରହିବ କଣ ପାଇଁ।
