• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା

Bymamatanews

Jan 3, 2026
Spread the love

ଅନୁଗୋଳ ବନଖଣ୍ଡରେ ଆଜି ଶୁକ୍ରବାର ଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୬ ଦିନ ପର୍ଯ୍ୟନ୍ତ ଚାଲିବ। ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳ ଛେଣ୍ଡିପଦା, କଣିହାଁ, ତାଳଚେର, ବନ୍ତଳା, ଅନୁଗୋଳ ଓ ଜରପଡ଼ାରେ ଏହି ଗଣନା ହେବା ପୂର୍ବରୁ ସବୁ ବନାଞ୍ଚଳରେ କାର୍ଯ୍ୟରତ ବନ କର୍ମଚାରୀମାନଙ୍କୁ ଏ ବାବଦରେ ତାଲିମ୍ ମଧ୍ୟ ଦିଆଯାଇଛି। ତେବେ ଚଳିତ ବର୍ଷ ଅତ୍ୟାଧୁନିକ ପଦ୍ଧତିରେ ଏହି ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସବୁ ବିଟ୍‌ରୁ ୩ ଜଣ ଲେଖାଏଁ ବନ କର୍ମଚାରୀ ବାଘ ଗଣନାରେ ସାମିଲ୍ ହେବେ ଏହି କର୍ମଚାରୀଙ୍କୁ ମୋବାଇଲ୍ ଆପ୍‌ରେ ବାଘର ଗତିପଥ, ହାବିଟେଟ୍, ଜଙ୍ଗଲର ପ୍ରକାର, ତୃଣଭୋଜି ପ୍ରାଣୀଙ୍କର ଅବସ୍ଥିତି ନେଇ ସ୍ବତନ୍ତ୍ର ତାଲିମ୍ ଦିଆଯାଇଥିଲା। ସେହିପରି ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରା ମଧ୍ୟ ବାଘ ଗଣନାରେ ସହାୟକ ହେବା ବାଘର ପାଦ ଚିହ୍ନ ଦେଖିଲେ ତାର ନମୁନା ସଂଗ୍ରହ କରାଯିବ ବୋଲି କୁହାଯାଇଛି । ସେପଟେ ଅନୁଗୋଳ ବନଖଣ୍ଡକୁ ପୂର୍ବରୁ ମହାବଳ ବାଘ ଆସିଥିବାରୁ ଚଳିତ ବର୍ଷ ବାଘ ଗଣନାକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *