• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୯ମ ମର୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Bymamatanews

Jan 18, 2026
Spread the love

ମୂଷାପାପୁଲି କୁ ହରାଇ ଚଣ୍ଡିଖୋଲ ଏକାଦଶ ଚମ୍ପିୟାନ

ଅନୁଗୋଳ : ଆଜି କଦମ ପଡିଆ ରେ ଚାଲିଥିବା ନବମ ମର୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲରେ କେସିସି ଚଣ୍ଡିଖୋଲ ଓ ତେଜ ୱାରିଅରସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୁଷାପାପୁଲି କୁ ହରାଇ କେସିସି ଚଣ୍ଡିଖୋଲ ଚମ୍ପିୟାନ ହୋଇଥିଲା।

ମୂଶାପାପୁଲି ପ୍ରଥମେ ବ୍ୟାଟିଂ କରି ୧୮ ଓଭର ରେ ସମସ୍ତ ୱିକେଟ ହରାଇ ୧୨୦ ରନ ର ବିଜୟ ଲକ୍ଷ ଦେଇଥିଲା । ଏହାର ଜବାବ ରେ ଚଣ୍ଡିଖୋଲ ଦଳ ୧୨ ଓଭର ରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଚଣ୍ଡିଖୋଲ ର ବୋଲର ହିମାଂଶୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ଏବଂ ଆଲୋକ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ଚମ୍ପିୟାନ ଚଣ୍ଡିଖୋଲ ଦଳକୁ ନଗଦ ୪୦ ହଜାର ଟଙ୍କା ସହ ଟ୍ରଫି କୁ ଅତିଥି ମାନେ ପ୍ରଦାନ କରିଥିଲେ। ରନରସଅପ୍ ମୂଷାପାପୁଲି ଦଳକୁ ନଗଦ ୩୦ ହଜାର ଟଙ୍କା ଓ ଟ୍ରଫି ଦିଆଯାଇଥିଲା।

ମୁଖ୍ୟ ଅତିଥି ରୂପେ ଅନୁଗୁଳ ବିଧାୟକପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଜିଲ୍ଲାରେ କ୍ରିକେଟ ର ଭିତ୍ତିଭୂମି ବିକାଶ ର ପାଇଁ ଧ୍ୟାନ ଦିଆଯିବା ସହ ଖୁବ୍ ଶୀଘ୍ର ପଡିଆ ରେ ଫ୍ଲଡ ଲାଇଟ୍ ଲାଗିବ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ନଗରପାଳ ଅକ୍ଷୟ କୁମାର ସାମନ୍ତ , ଜେ ଏସ ପିଏଲ ବରିଷ୍ଠ ଅଧିକାରୀ ଆଶୁତୋଷ ମିଶ୍ର,ତାପସ କୁମାର ମହାନ୍ତି,ଅନୁଗୋଳ କ୍ରିକେଟ ଆସୋସିଏସନ୍ ର ସମ୍ପାଦକ ସାଗର ନାଥ ମିଶ୍ର,ବିଶିଷ୍ଟ ବ୍ୟବସାୟୀ ସତ୍ୟବ୍ରତ ସ୍ୱାଇଁ ,ମର୍ଣିଂଷ୍ଟାର କ୍ଳବ୍ ସଭାପତି ମାୟାଧର ମିଶ୍ର,ସମ୍ପାଦକ


ରଞ୍ଜନ ଧିର ସାମନ୍ତ,ଅରୁଣ ପୁଷ୍ପାଳକ,ଗଙ୍ଗା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ଅନିଲ ଗଡ଼ନାୟକ ଓ ଲିଟୁ ସିଂହ ଖେଳ ପରିଚାଳନା କରିଥିବା ବେଳେ ଲିଟନ ସାମଲ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *