• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ OSIF ଜୱାନ୍ ଙ୍କ ବସ୍ ଦୁର୍ଘଟଣା।

Bymamatanews

Jan 30, 2026
Spread the love

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ OSIF ଜୱାନ ଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ଜଵାନ ଆହତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ୫୨୦ ଜାତୀୟ ରାଜପଥ ଉପରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ( OISF)ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ। ଭାରସାମ୍ୟ ହରାଇ ବସଟି ତା ସମ୍ମୁଖରେ ଯାଉଥିବା ଅନ୍ୟଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ଯବାନ ଆହତ ହୋଇଥିବା ନେଇ ସୂଚନା। ଆହତଙ୍କ ମଧ୍ୟରୁ ୧୦ଜଣ ଙ୍କୁ ଗମ୍ଭୀର ଆଘାତ ଲାଗିଥିବା ନେଇ ସୂଚନା। ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ୨୮ଜଣ OSIF ଯବାନଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଗତକାଲି ସକାଳୁ ଏକ ବସରେ ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଗୁଆଲିରୁ ଘଟଗାଁ ଯାଉଥିବା ବେଳେ ଏହି ଦୁର୍ଘଟଣା ର ଶିକାର ହେଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ତଦନ୍ତ ଚଳାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *