• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମାବେଶ ଆୟୋଜିତ

Bymamatanews

Jan 30, 2026
Spread the love

ଅନୁଗୋଳ ସ୍ଥାନୀୟ ସଭାଘର ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଶା କର୍ମୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଯୋଗ ଦେଇ ଆଶା କର୍ମୀଙ୍କ ପ୍ରଚେଷ୍ଠା ରୁ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ମାନ ବୃଦ୍ଧି ହୋଇପାରୁଛି ବୋଲି କହିଥିଲେ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ସଚେତନ ଧର୍ମୀ ନାଟକ “ଭରସା” ପରିବେଷଣ କରାଯାଇଥିଲା। କନ୍ୟା ସନ୍ତାନ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ. ମଦନମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିରୁପମା ପାଣି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର , ଆଶା କର୍ମୀ, ଆୟୁଷ ଡାକ୍ତର, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ୱାର୍ଡ ମେମ୍ବର, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *