ଅନୁଗୋଳ ଜିଲ୍ଲା କୋଲିୟରୀ ଥାନା ଅଞ୍ଚଳର ଜଣେ ବିଧବା ମହିଳାର ୧୩ ବର୍ଷର ନାବାଳିକା ଝିଅକୁ ସମ୍ପର୍କୀୟ ମଉସା ଦୁଷ୍କର୍ମ କରିଥିବା ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ଜଣାପଡିଛି ଯେ,କୋଲିଅରି ଥାନା ଜଣେ ବିଧବା ମହିଳା ବଅଁରପାଳ ଥାନା ଅଞ୍ଚଳରେ ଜଣକ ଘରେ ୫ ମାସ ହେବ ନିଜର ଦୁଇ ନାବାଳିକା ଝିଅଙ୍କୁ ନେଇ ରହୁଛନ୍ତି।

ମହିଳା ଜଣଙ୍କ ଦିନ ମଜୁରିଆ ଭାବେ କାମ କରନ୍ତି। ଆଜି ମଧ୍ୟ କାମ କରିବାକୁ ସାହି ର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ସକାଳ ପ୍ରାୟ ୧୦.୩୦ ସମୟରେ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ମାଆ ଙ୍କୁ କହିଥିଲେ ଯେ ତୁମ ଘର ସାମ୍ନାରେ ଲୋକ କଣ ପାଇଁ ଭିଡ ହୋଇଛନ୍ତି। ଜଲଦି ଆସ ବୋଲି କହି ବ୍ୟକ୍ତି ଜଣଙ୍କ ପୀଡ଼ିତାଙ୍କ ମାଆ ଙ୍କୁ ସାଙ୍ଗରେ ଧରି ଘରକୁ ଆସିଥିଲେ। ଦେଖିବାକୁ ମା ପାଇଥିଲେ କି ବଡ଼ଝିଅ ବସି କାନ୍ଦୁଛି ଓ ଲୋକ ରୁଣ୍ଢ ହୋଇଛନ୍ତି। ଘଟଣା ସମ୍ପର୍କରେ ମା ତାଙ୍କ ନାବାଳିକା ଝିଅକୁ ପଚାରିବାରୁ ସେ କହିଲା ଯେ, ମୁଁ ଭାତ ଖାଇବା ପାଇଁ ବାଢୁଥିବା ବେଳେ ତାଙ୍କ ସମ୍ପର୍କୀୟ ପୀତବାସ ମଉସା ପଛପଟୁ କୁଣ୍ଢେଇ ଧରିବା ସହିତ ଦୁଷ୍କର୍ମ କରିଥିଲେ। ପୀଡ଼ିତା କୌଣସି ମତେ ପୀତବାସଙ୍କ କବଳରୁ ଖସି ଆସିଥିବା ବେଳେ ମଧ୍ଯ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବା ଭଳି ଧମକ ଦେଇଥିବା ମା କୁ କହିଥିଲେ। ଘଟଣାସ୍ଥଳରୁ ପୀଡିତା ଭୟରେ ଜଣଙ୍କ ଘରକୁ ଯାଇ ଆଶ୍ରୟ ନେଇଥିଲେ।ପୀଡ଼ିତାଙ୍କ ମାଆ ଗ୍ରାମବାସୀଙ୍କ ସହ ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦି ଙ୍କୁ ଜଣାଇଥିଲେ ଓ ଫୋନ୍ ଯୋଗେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସମ୍ପର୍କୀୟ ମାଉସ କୁ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ମାଆଙ୍କ ଲିଖିତ ଅଭିଯୋଗ ପାଇ ପୋଲିସ ଏକ ପୋକ୍ସ ମାମଲା ନଂ -୭୮/୨୬ ରୁଜୁ କରି ଥାନାର ଉପ ଅଧିକାରିଣୀ ତଅପୋଇ ନାଏକ ତଦନ୍ତ ଆରମ୍ଭ କରିଛନ୍ତି।
