ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂତନ ବାଇପାସ ୫୫ ନମ୍ବର ଜାତୀୟ ରାଜପଥ ସନ୍ତ୍ରୀ ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ପାର୍କିଂ କରି ରଖିଥିବା ଟ୍ରକ୍ ପଛରେ ଧକ୍କା ଦେଇ ବାଇକ ଚାଳକ ର ମୃତ ଘଟିଛି। ସୂଚନା ମୁତାବକ ପୂରକିଆ ଗ୍ରାମର ପ୍ରସନ୍ନଜିତ ଭୁକ୍ତା ଓଡି ୧୯ ଟି ୧୪୩୧ ବାଇକ୍ ଯୋଗେ ଆଜି ଭୋର ୪, ୩୦ ସମୟରେ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା କୁ (ଏ) ସିଫ୍ଟି ଡିୟୁଟି ଯାଉଥିବା ବେଳେ ଘରେ ଗେଟ ପାସ ଟି ଛାଡି ଦେଇଥିବା ଜାଣିପାରି ଅଧା ରାସ୍ତା ରୁ ପୁଣି ଘରକୁ ଫେରୁଥିଲେ ଏବଂ ୫୫ନମ୍ବର ଜାତୀୟ ରାଜପଥରେ ସନ୍ତ୍ରୀ ବସ ଷ୍ଟାଣ୍ଡ ନିକଟରେ ବେଆଇନ୍ ଭାବେ ପାର୍କିଂ କରି ରାସ୍ତା ମଝିରେ ଟ୍ରକ ନମ୍ବର OD 09 A 2986 ଠିଆ ହୋଇ ରହିଥିଲା। ପ୍ରସନ୍ନଜିତି ସଠିକ ଭାବେ ଦେଖି ନପାରି ଟ୍ରକ ରେ ଧକ୍କା ଦେଇଥିଲେ l ସେଠାରେ ଥିବା ସ୍ଥାନୀୟ ଲୋକ ଙ୍କ ସହାୟତାରେ ଜିଲ୍ଲା ମୁଖ୍ୟଚିକତ୍ସାଳୟ କୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ବେଆଇନ ଭାବେ ପାର୍କିଂ କରି ଥିବାରୁ ଦୁର୍ଘଟଣାରେ ପ୍ରସନ୍ନଜିତ ର ମୃତ୍ୟୁ ଘଟିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
