• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ

Bymamatanews

Mar 8, 2026
Spread the love

ଅନୁଗୋଳ, (୮/୩/୨୦୨୬) : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ପଦଯାତ୍ରାରେ ଜିଲ୍ଲା ଆରକ୍ଷୀ ବିଭାଗ,ଜିଲ୍ଲା ବନ ବିଭାଗ,ଜିଲ୍ଲା ପରିବହନ ବିଭାଗ,ଜିଲ୍ଲାର ସମସ୍ତ ସ୍ପୋର୍ଟସ କର୍ମକର୍ତ୍ତାଙ୍କ ସହ କ୍ରୀଡାବିତ୍, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅନ୍ତର୍ଭୁକ୍ତ କ୍ୟାଡେଟ,ଅନୁଗୋଳ ଲାଇଟ୍ ହାଉସ କମୁନିଟିଜ୍ ଓ ଲୋଗିଷ୍ଟିକ ସ୍କିଲ୍ ସେଣ୍ଟରର ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୁପମା ପାଣି, ସିଡ଼ିପିଓ ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *