• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାପ ମୃତ୍ୟୁ, ନିଷ୍ଠୁର ମା’ର ମମତାରୁ ବଞ୍ଚିତ ଦୁଇ ଶିଶୁ ପୁତ୍ର

Bymamatanews

Apr 11, 2026
Spread the love

ଜିଲ୍ଲାରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏହି ଦୁଇ ପିଲାଙ୍କ ଉପରେ କାହାରି ନଜର ପଢୁନାହିଁ ବଡ଼ ଦୁଃଖଦ ଘଟଣା


ଅନୁଗୋଳ : ରୋଗରେ ପଡି ବାପା ଚାଲିଗଲେ ଆର ପାରିକୁ । ବାପା ଚାଲିଯିବା ପରେ ପରିବାର ଚଳାଇବା ମା ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ସେ ମଧ୍ୟ କେଉଁଆଡେ ଚାଲିଗଲେ । ଘରେ ରହିଗେଲ ଦୁଇ ଭାଇ ବାପୁନ ଓ ସିପୁନ । ଜଣଙ୍କ ବୟସ ଏବେ ୧୨ ଓ ଜଣଙ୍କର ୮ । କିନ୍ତୁ ଦୈବାତ ୬ ବର୍ଷ ତଳେ ଦୁଇ ବାଳକଙ୍କ ବାପା ବାବୁଲି ବେହେରାଙ୍କ ମୃତୁ୍ୟ ଘଟିଲା । ଏହାପରେ ମା ରଞ୍ଜୁ ବେହେରା କେଉଁଆଡେ ଛାଡି ଚାଲିଗଲା । ମା ଛାଡି ଚାଲିଯିବା ବେଳେ ବାପୁନକୁ ହୋଇଥିଲା ୬ ବର୍ଷ ଓ ସିପୁନକୁ ହୋଇଥିଲା ମାତ୍ର ଦୁଇ ବର୍ଷ । ଦୁଇ ଭାଇ ଅନାଥ ହୋଇଗଲେ । ମାଗି ଯାଚି ବଞ୍ଚିବାକୁ ଲାଗିଲେ । ଏବେ ଏକ କୁଡିଆ ଘରେ ଦୁଇ ଭାଇ ରହୁଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତର କମାର ସାହିରେ । ଏବେ ପ୍ରଶ୍ନ ଉଠିଛି ସେମାନଙ୍କୁ ପାଠ ପଢାଇବ କିଏ, ସେମାନେ ଦୁନିଆ ଦେଖିବେ କେମିତି ତାହା ବୁଝିବା ପାଇଁ କେହି ନାହାଁନ୍ତି । ଅନୁଗୋଳ ଜିଲ୍ଲାରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ରହିଥିବା ବେଳେ ଏହି ଦୁଇ ପିଲାଙ୍କ ଉପରେ କାହାରି ନଜର ପଢୁନାହିଁ ବଡ଼ ଦୁଃଖଦ ଘଟଣା । ସେହିପରି ପ୍ରଶାସନର ମଧ୍ୟ ନଜର ଏହି ଦୁଇ ନିଷ୍ପାପ ଶିଶୁ ଉପରେ ଅଦ୍ୟାବଧି ପଡି ପାରିନାହିଁ । ଫଳରେ ଏକ କୁଡ଼ିଆ ମଧ୍ୟରେ ଅଭିସପ୍ତ ଜୀବନ ବିତାଉଛନ୍ତି ଦୁଇ ଭାଇ ବାପୁନ ଓ ସିପୁନ । ଖବର ନେବାରୁ ଜଣାପଡିଛି କମାର ପରିବାରର ଦୁଇ ପିଲା ବାପୁନ ଓ ସିପୁନ । ବାପା ବାବୁଲି କମାର କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ତାଙ୍କୁ ରୋଗ ହେବା ପରେ ସେ ଆରପାରିକୁ ଚାଲିଗଲେ । ଏହାପରେ ମା ରଞ୍ଜୁ ଦୁଇ ପିଲାଙ୍କୁ ଛାଡି କେଉଁଆଡେ ଚାଲିଗଲେ । କୁଡିଆ ଘରେ ପଡି ରହିଲେ ଦୁଇ ନିଷ୍ପାପ ଶିଶୁ । ଦୁଇଟି ଶିଶୁ କିପରି ବଢିବେ ଓ କିପରି ଦୁନିଆ ଦେଖିବେ ସେଥିପାଇଁ କେହି ରହିଲେ ନାହିଁ । ଜଣେ ସଂପର୍କୀୟ ଓ ସ୍ଥାନୀୟ ଲୋକେ ଯାହା ଗଣ୍ଡେ ଦିଅନ୍ତି ଦୁଇ ଭାଇ ଖାଆନ୍ତି । ହେଲେ ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ । ତେଣୁ ଦୁଇ ଶିଶୁଙ୍କୁ କୌଣସି ସରକାରୀ କି ବେସରକାରୀ ଅନୁଷ୍ଠାନ ସହଯୋଗର ହାତ ବଢାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *