• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରେମ ଜାଲରେ ନାବାଳିକାକୁ ଫସାଇ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଅଟକ

Bymamatanews

Apr 11, 2026
Spread the love

ଅନୁଗୋଳ : ନାବାଳିକା ଜଣକୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ବଅଁରପାଳ ପୋଲିସ ଜଣେ ଯୁବକକୁ ଥାନାରେ ଅଟକ କରିଛି। ଅଟକ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ବଅଁରପାଳ ଥାନାରେ କେସ ନମ୍ବର ୨୧୫/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣା ରୁ ପ୍ରକାଶ ଯେ, ହିନ୍ଦୋଳ ଥାନା କୁରୁମିଠା ଅଞ୍ଚଳର ଉକ୍ତ ଯୁବକ ଜଣକ ଅନଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଗତ କିଛି ଦିନ ତଳେ ସେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅପହରଣ କରି ନେଇଯାଇଥିଲେ।

ନାବାଳିକା ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଶେଷରେ ଝିଅର ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଙ୍କ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ମାନସ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ତାଙ୍କର ସଠିକ୍ ସ୍ଥାନ ନିରୂପଣ କରିବା ସହ ଚଢ଼ାଉ କରି ଉଭୟ ନାବାଳିକା ଓ ଯୁବକଙ୍କୁ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *